ETV Bharat / state

ଦିନିକିଆ କଳାହାଣ୍ଡି ଗସ୍ତରେ ଅପରାଜିତା ଷଡଙ୍ଗୀ - ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦିନିକିଆ କଳାହାଣ୍ଡି ଗସ୍ତ । କେସିଙ୍ଗାରେ ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ସହ ଦଳୀୟ କର୍ମୀ ସମ୍ମିଳନୀରେ ହେଲେ ସାମିଲ । ଅଧିକ ପଢନ୍ତୁ

ଅପରାଜିତା ଷଡଙ୍ଗୀଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

author img

By

Published : Nov 15, 2021, 3:59 PM IST

ଭବାନୀପାଟଣା: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦିନିକିଆ କଳାହାଣ୍ଡି ଗସ୍ତ । କେସିଙ୍ଗାରେ ଜୈନ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ସହ ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦାନ କରିଛନ୍ତି ସାଂସଦ । କେସିଙ୍ଗା, ମଦନପୁର-ରାମପୁର, ଭବାନୀପାଟଣା ଠାରେ କିଛି ସାମାଜିକ ସଭା ସହ ଦଳୀୟ କର୍ମି ସମ୍ମିଳନୀ ଯୋଗ ଦେଇଛନ୍ତି ଅପରାଜିତା ଷଡଙ୍ଗୀ । ଏହାସହ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଛନ୍ତି ।

ଅପରାଜିତା ଷଡଙ୍ଗୀଙ୍କ ଦିନିକିଆ କଳାହାଣ୍ଡି ଗସ୍ତ

ରୋଜଗାର ନ ପାଇ କଳାହାଣ୍ଡିରୁ ଶହ ଶହ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି କହିଛନ୍ତି ସାଂସଦ । ଦାଦନ ଶ୍ରମିକମାନେ ରାଜ୍ୟ ବାହାରକୁ ଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଅପରାଜିତା । ସେହିପରି ଜିଲ୍ଲାରେ କପାର ଉତ୍ପାଦନ ସତ୍ତ୍ବେ କେସିଙ୍ଗାରେ ସୁତାକଳ ବନ୍ଦ ରାଜନୈତିକ ଇଚ୍ଚଶକ୍ତିର ଅଭାବ ବୋଲି ସେ ଦର୍ଶାଇଥିଲେ । ମମିତା ମେହେର ହତ୍ୟା ଘଟଣାକୁ ନେଇ ଏତେ ପ୍ରଶ୍ନ ପରେ ବି ତଦନ୍ତ କାହିଁକି ସିବିଆଇକୁ ହସ୍ତାନ୍ତର କରାଯାଉନି ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ଅପରାଜିତା । ସାଂସଦଙ୍କ ଏ ଗସ୍ତ ସମୟରେ ବିଜେପିର ଜିଲ୍ଲା ସ୍ତରୀୟ ପଦ ଅଧିକାରୀଙ୍କ ସହ ନିର୍ବାଚିତ ପ୍ରତିନିଧି ଅନୁପସ୍ଥିତ ରହିଥିଲେ । ଯାହା ଦଳୀୟ ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି ।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.