ETV Bharat / state

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ - ଏକ୍ସ କ୍ୟାଡ଼ରର ଶିକ୍ଷକ ସଂଘ

ବିଦ୍ୟାଳୟ ଶିକ୍ଷା ମନ୍ଦିର ହେଲେ ଶିକ୍ଷକ ହେଉଛନ୍ତି ଦେବତା । ସେଥିପାଇଁ ଗୁରୁଙ୍କୁ ସାକ୍ଷାତ ପରଂବ୍ରହ୍ମ ବୋଲି କୁହାଯାଏ । ହେଲେ ଏଠାରେ ଗୁରୁ ଅବହେଳିତ । ଗୁରୁଙ୍କୁ ସେମାନଙ୍କ ପାରିଶ୍ରମକି ନଦେଇ ସେଥିରେ ହୋଇଛି ଜାଲିଆତି । କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏକ୍ସ କ୍ୟାଡ଼ରର ଶିକ୍ଷକ ସଂଘ । ଦେଖନ୍ତୁ ଏହି ରିପୋର୍ଟ

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

author img

By

Published : Oct 10, 2022, 9:48 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଜିଲ୍ଲାର ଏକ୍ସ କ୍ୟାଡ଼ରର ଶିକ୍ଷକ ସଂଘ । ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ହୋଇଛି ଜାଲିଆତି । ଦରମାକୁ ଶିକ୍ଷକଙ୍କ ଆକାଉଣ୍ଟକୁ ପଠାନଯାଇ ଦରମା ପ୍ରଦାନ କରିବା ଦାୟିତ୍ବରେ ଥିବା ମହିଳା ଆକାଉଣ୍ଟାଣ୍ଟ ଏହାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିବା ନେଇ ଅଭିଯୋଗ ହୋଇଛି । ଜିଲ୍ଲାପାଳ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସମ୍ପୃକ୍ତ ମହିଳା ଆକାଉଣ୍ଟାଣ୍ଟ ଫେରାର ଥିବା ଜଣାପଡ଼ିଛି ।

କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ

ବିଦ୍ୟାଳୟ ଶିକ୍ଷା ମନ୍ଦିର ହେଲେ ଶିକ୍ଷକ ହେଉଛନ୍ତି ଦେବତା । ବାପା ମା' ପିଲାଙ୍କୁ ଯେତେବେଳେ ବିଦ୍ୟାଳୟରେ ଛାଡି ଦିଅନ୍ତି ସେହି ସମୟରେ ଶିକ୍ଷକ ସେହି କୋମଳମତି ପିଲାର ଅଳି ଅଝଟ ସହି ତାକୁ ସମାଜରେ ଭଲ ମଣିଷ କରି ଗଢି ତୋଳିଥାନ୍ତି । ହେଲେ ସେହି ଶିକ୍ଷକଙ୍କ ଦରମା ହଡ଼ପ ହେବା ନିହାନ୍ତି ବିଡମ୍ବନାର ବିଷୟ । ଏଭଳି ଘଟଣା ସାମନାକୁ ଆସିବା ପରେ ଶିକ୍ଷା ବିଭାଗକୁ କାଠଗଢ଼ାରେ ଛିଡା କରାଇଛି । ଶିକ୍ଷକଙ୍କ ଗୋଟିଏ ମାସର ଦରମାରେ ହୋଇଛି ଜାଲିଆତି । ଅଭିଯୋଗ ଅନୁଯାୟୀ ଜିଲ୍ଲାର ଭାବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ବାରସ୍ଥ ହୋଇଥିଲେ । ସେଠାରେ ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଦରମାର ଯାଞ୍ଚ କରିଥିଲେ ।

ହେଲେ ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିବା ପରେ ଶିକ୍ଷକଙ୍କ ମନରେ ସନ୍ଦେହ ଦୃଢ଼ୀଭୂତ ହୋଇଥିଲା । ଏହାସହ ବ୍ୟାଙ୍କରୁ ମିଳିଥିବା ତଥ୍ୟ ସମଗ୍ର ଶିକ୍ଷା ବ୍ୟବସ୍ଥାରେ ଚାଲିଥିବା ଜାଲିଆତିକୁ ପଦାରେ ପକାଇଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାଙ୍କକୁ ଦେଇଥିବା କାଗଜପତ୍ରରେ ବିଗତ ୪ ମାସ ତଳେ ଅବସର ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କ ଦସ୍ତଖତରେ ସମସ୍ତ କାଗଜପତ୍ର ବ୍ୟାଙ୍କରେ ଜମା କରାଯାଇଥିବା ବେଳେ ଜଣେ ଅବସର ପ୍ରାପ୍ତ ଅଧିକାରୀଙ୍କ ଦସ୍ତଖତ କିଭଳି ଲାଗିଲା ତାହାକୁ ନେଇ ଏଠାରେ ପ୍ରଶ୍ନ ଉଠିଛି ।

ସଂପୃକ୍ତ ମହିଳା ଆକାଉଣ୍ଟାଣ୍ଟ ତଥା ସହାୟତା କର୍ମଚାରୀ ଶୁଚିସ୍ମିତା ସୁଆର ଏକ୍ସ କ୍ୟାଡର ଶିକ୍ଷକଙ୍କ ସେପ୍ଟେମ୍ବର ମାସର ଦରମା ଓ ଅନ୍ୟାନ୍ୟ ବାବଦକୁ ଥିବା ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଅଫିସ ଏସ୍‌ବିଆଇ ଆକାଉଣ୍ଟ ନମ୍ବର ୪୦୪୪୩୧୮୬୨୩୨ରୁ ତାଙ୍କ ବ୍ୟକ୍ତିଗତ ଏସବିଆଇ ଆକାଉଣ୍ଟ ନଂ.୧୧୦୮୩୬୨୫୮୫୫କୁ ଟ୍ରାନ୍ସଫର କରିଛନ୍ତି । ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ୨୦୨୨ ଜୁନ ୪ ତାରିଖରେ ୩ଲକ୍ଷ ୪୮ ହଜାର ଟଙ୍କା, ଜୁନ ୮ ତାରିଖରେ ୨ ଲକ୍ଷ ୧୩ ହଜାର ୪୨୬ ଟଙ୍କା, ଜୁନ ୨୮ରେ ୨ଲକ୍ଷ ୨୪ ହଜାର ୫୬୭ ଟଙ୍କା, ଜୁଲାଇ ୮ ତାରିଖରେ ୩ ଲକ୍ଷ ୮୬ ହଜାର ୮୮୦ ଟଙ୍କା, ଜୁଲାଇ ୨୦ ତାରିଖରେ ୩ ଲକ୍ଷ ୪୮ ହଜାର ଟଙ୍କା ଭଳି ସେପ୍ଟେମ୍ବର ପର୍ଯ୍ୟନ୍ତ ଟଙ୍କା ଟ୍ରାନ୍ସଫର ହୋଇଛି । ସମୁଦାୟ ୩୯ ଲକ୍ଷ ୩୦ ହଜାର ୪୬୮ ଟଙ୍କା ଟ୍ରାନ୍ସଫର ହୋଇଛି ।

ଏନେଇ ବ୍ଲକ ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହେବା ପରେ ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେପଟେ ତଦନ୍ତ ଆରମ୍ଭରୁ ହିଁ ଆକାଉଣ୍ଟାଣ୍ଟ ଶୁଚିସ୍ମିତା ସୁଆର ଫେରାର ମାରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ଆକାଉଣ୍ଟାଣ୍ଟଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସେପଟେ ଏନେଇ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ପୁରୋହିତଙ୍କୁ ପଚାରିବାରୁ ତାଙ୍କ ଦସ୍ତଖତ ଜାଲିଆତି କରାଯାଇଥିବା ବେଳେ ସେ ଏଘଟଣା ସମ୍ପର୍କରେ ଅବଗତ ନଥିବା ପ୍ରକାଶ କରିଛନ୍ତି ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି, " ମେ ମାସରେ ଅବସର ନେଇଥିବା ବ୍ଲକ ଶିକ୍ଷାଧିକାରୀଙ୍କର ଦସ୍ତଖତକୁ ଜାଲିଆତି କରି ମହିଳା ଆକାଉଣ୍ଟାଣ୍ଟ ଟଙ୍କା ହଡ଼ପ କରିଛନ୍ତି । ଏ ନେଇ ଆମେ ଓସେପାକୁ ଜଣାଇବୁ । ସେଠାରୁ ଘଟଣାର ତଦନ୍ତ କରାଯାଇ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.