ETV Bharat / state

ଦୀର୍ଘ 15 ଘଣ୍ଟା ନାକେଦମ ପରେ ଜଙ୍ଗଲକୁ ଫେରିଲା ଭାଲୁ - ଜଙ୍ଗଲକୁ ଫେରିଲା ଭାଲୁ

ଦୀର୍ଘ ୧୫ ଘଣ୍ଟା ଧରି ବନ ବିଭାଗ ଓ ପୋଲିସକୁ ନାକେଦମ କରିଥିବା ଜଙ୍ଗଲୀ ଭାଲୁ ଶେଷରେ ଜଙ୍ଗଲକୁ ଫେରି ଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ତମାମ ଭବାନୀପାଟଣା ସହରରେ ଆତଙ୍କ ରାଜ ଖେଳାଇ ଥିଲା ଏଇ ଭାଲୁଟି । ଜଙ୍ଗଲ ବିଭାଗ ରାତି ସାରା ଭାଲୁକୁ ଜଗି ରହିଥିବା ବେଳେ ଭୋର ପ୍ରାୟ ୩ଟା ବେଳକୁ ସହରର ଜଳେଶ୍ବର ମନ୍ଦିର ନିକଟ ଜଙ୍ଗଲ କୁସା ଡୁଙ୍ଗୁରି ଦେଇ ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି ।

bear return forest in kalahandi
ଦୀର୍ଘ 15 ଘଣ୍ଟା ନାକେଦମ ପରେ ଜଙ୍ଗଲକୁ ଫେରିଲା ଭାଲୁ
author img

By

Published : Aug 22, 2020, 1:50 PM IST

ଭବାନୀପାଟଣା: ଦୀର୍ଘ ୧୫ ଘଣ୍ଟା ଧରି ବନ ବିଭାଗ ଓ ପୋଲିସକୁ ନାକେଦମ କରିଥିବା ଜଙ୍ଗଲୀ ଭାଲୁ ଶେଷରେ ଜଙ୍ଗଲକୁ ଫେରି ଯାଇଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ତମାମ ଭବାନୀପାଟଣା ସହରରେ ଆତଙ୍କ ରାଜ ଖେଳାଇ ଥିଲା ଏଇ ଭାଲୁଟି । ଜଙ୍ଗଲ ବିଭାଗ ରାତି ସାରା ଭାଲୁକୁ ଜଗି ରହିଥିବା ବେଳେ ଭୋର ପ୍ରାୟ ୩ଟା ବେଳକୁ ସହରର ଜଳେଶ୍ବର ମନ୍ଦିର ନିକଟ ଜଙ୍ଗଲ କୁସା ଡୁଙ୍ଗୁରି ଦେଇ ଭାଲୁଟି ଜଙ୍ଗଲକୁ ପଳାଇ ଯାଇଥିବା ସୂଚନା ମିଳିଛି ।

ଦୀର୍ଘ 15 ଘଣ୍ଟା ନାକେଦମ ପରେ ଜଙ୍ଗଲକୁ ଫେରିଲା ଭାଲୁ

ଶୁକ୍ରବାର ଭାଲୁ କାମୁଡାରେ ଦୁଇ ଜଣ ଲୋକ ଆହତ ହୋଇଥିବା ବେଳେ ଜଣକୁ ଭବାନୀପାଟଣା ମେଡିକାଲ ଏବଂ ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ସହର ମଧ୍ୟରେ ଦୁଇ ଦୁଇ ଥର ଜଙ୍ଗଲୀ ଭାଲୁ ପ୍ରବେଶ କରି ସାରିଥିବା ବେଳେ ଏଥର ଭାଲୁକୁ ଆୟତ୍ତ କରିବାରେ ଫେଲ ମାରିଥିଲା କଳାହାଣ୍ଡି ବନ ବିଭାଗ । ଏପରିକି ଟ୍ରାଙ୍କୁଲାଇଜ କରିବାରେ ମଧ୍ୟ ବିଫଳ ହେବା ପରେ ଭାଲୁଟି ବେଶ ଉପଦ୍ରବ କରିଥିବା ସହରବାସୀ ଅଭିଯୋଗ କରିଛନ୍ତି ।

ପ୍ରଶାସନ ପ୍ରଚାର କରି ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଘୋଷଣା କରିବା ପରେ ଲୋକେ ଭୟରେ ତାଟି କବାଟ ବନ୍ଦ କରି ରହିଥିଲେ । ଶନିବାର ସକାଳୁ ଭାଲୁ ଜଙ୍ଗଲକୁ ଫେରିଥିବା ଖବର ପ୍ରଚାର ପରେ ଲୋକେ ଏକ ପ୍ରକାର ଆଶ୍ବସ୍ତି ଅନୁଭବ କରିଛନ୍ତି । କିନ୍ତୁ ଏଭଳି ଘଟଣାର ଆଉ ପୁନରାବୃତ୍ତି ହେବନି ତ ? ଏଥର ସଜାଗ ରହିବ କି ବନ ବିଭାଗ ? ଏହିପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.