ETV Bharat / state

ବ୍ଲକ ଅଧ୍ୟକ୍ଷଙ୍କ ଅଭିଯୋଗ, BDO କହିଲେ ଚପଲରେ ପିଟିବେ ! - ଭବାନୀପାଟଣା ବ୍ଲକ ବ୍ଲକ ଅଧ୍ୟକ୍ଷଙ୍କୁ ଧମକ

ଭବାନୀପାଟଣାରେ ବ୍ଲକ ଅଧ୍ୟକ୍ଷଙ୍କୁ ସ୍ଥାନୀୟ BDO ଚପଲରେ ପିଟିବା ଧମକ ଦେଇଥିବା ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ନେହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚେତାବନୀ ଦେଲା ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ । ଅଧିକ ପଢନ୍ତୁ

ବ୍ଲକ ଅଧ୍ୟକ୍ଷଙ୍କ ଅଭିଯୋଗ, BDO କହିଲେ ଚପଲରେ ପିଟିବେ !

author img

By

Published : Jul 30, 2023, 4:02 PM IST

ବ୍ଲକ ଅଧ୍ୟକ୍ଷଙ୍କ ଅଭିଯୋଗ, BDO କହିଲେ ଚପଲରେ ପିଟିବେ !

ଭବାନୀପାଟଣା: ସମୀକ୍ଷା ବୈଠକ ଚାଲିଥିବା ବେଳେ ବ୍ଲକ ଅଧ୍ୟକ୍ଷଙ୍କୁ ଚପଲରେ ପିଟିବା ପାଇଁ ଧମକ ଦେଲେ ମଣ୍ଡଳ ଉନ୍ନୟନ ଅଧିକାରୀ (BDO)। ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ସ୍ଥାନୀୟ ବିଡିଓଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଗତକାଲି (ଶନିବାର) ଭବାନୀପାଟଣା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରାଯାଇଥିଲା । ଉକ୍ତ ବୈଠକରେ ଦୀର୍ଘ ୨୭ ମାସ ପରେ ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, ଡ଼ୁମୁରିଆ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ବିଡିଓ ତାଙ୍କ ପ୍ରତି ଏପରି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷ । ଏ ସମ୍ପର୍କରେ ବିଡିଓଙ୍କ ପ୍ରତିକ୍ରିୟା ମିଳି ପାରିନି ।

ଅଭିଯୋଗ ଅନୁସାରେ, ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ ସାହୁ ବିଡିଓଙ୍କୁ ପ୍ରଶ୍ନ କରିଥିଲେ ଯେ, ତାଙ୍କର ବିନା ଜ୍ଞାତସାରରେ କିଭଳି ବିଭିନ୍ନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ଓ ଅନୁମୋଦନ ପାଇଁ ପ୍ରେରଣ କରୁଛନ୍ତି ? ତେବେ ଭବାନୀପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଧ୍ୟକ୍ଷଙ୍କ ପ୍ରଶ୍ନରେ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ଓଲଟା ବ୍ଲକ ଅଧ୍ୟକ୍ଷଙ୍କୁ ଚପଲରେ ପିଟିବେ ବୋଲି କହିଥିବା ଗୁରୁତର ଅଭିଯୋଗ ହୋଇଛି । ବିଡିଓଙ୍କ ଏପରି ବ୍ୟବହାରକୁ ନେଇ ଏବେ କଳାହାଣ୍ଡି ଜିଲ୍ଲା ବ୍ଲକ ଅଧ୍ୟକ୍ଷ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଭବାନୀପାଟଣା ସଦର ବିଧାୟକ ପ୍ରଦୀପ୍ତ ନାଏକଙ୍କ ସମ୍ମୁଖରେ ବିଡିଓଙ୍କ ଏପରି ଅଶାଳୀନ ଦୁର୍ବ୍ୟବହାରକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ସଂଘର ସଭାପତି ବିନ୍ଦୁ ମହାନନ୍ଦ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-କଳାହାଣ୍ଡି ଶଗଡା ଗାଁରେ ପୋଷ୍ଟର ମାରିଲା ଲାଲବାହିନୀ, ଛତିଶଗଡ ମାଓ ସଂଗଠନକୁ ବିରୋଧ

ଏହି ସଂକ୍ରାନ୍ତରେ ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ତାଙ୍କ ଉପସ୍ଥିତିରେ ବିଡିଓଙ୍କ ଏଭଳି ଅଶାଳୀନ ଆଚରଣ ଅତି ଦୁର୍ଭାଗ୍ଯଜନକ । କେବଳ ସେତିକି ନୁହେଁ, ଆସନ୍ତା ରବିବାର (୬ ଅଗଷ୍ଟ) ସୁଦ୍ଧା ବିଡିଓଙ୍କୁ କାର୍ଯ୍ୟରୁ ନିଳମ୍ବନ କରାନଗଲେ ୭ ତାରିଖରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ଅଧ୍ୟକ୍ଷ ସଂଘ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦିଆଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି ।

ସମସ୍ତଙ୍କ ସାମ୍ନାରେ ବ୍ଲକ ଅଧ୍ୟକ୍ଷଙ୍କୁ ବିଡିଓ ଚପଲରେ ପିଟିବା କଥା କହି ତାଙ୍କର ଯେଉଁ ସମ୍ମାନହାନୀ କରିଛନ୍ତି, ସେଥିପାଇଁ ବିଡିଓ ବ୍ଲକ ଅଧ୍ୟକ୍ଷଙ୍କ ନିକଟକୁ ଆସି କ୍ଷମା ପ୍ରାର୍ଥନା କରିବାକୁ ମଧ୍ୟ ସଂଘ ପକ୍ଷରୁ ଦାବି ରଖାଯାଇଛି । ଏହି ସମସ୍ତ ଅଭିଯୋଗର ସତ୍ୟାସତ୍ୟ ପାଇଁ ଭବାନୀପାଟଣା ସଦର ବିଡିଓଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.