ETV Bharat / state

ଗ୍ରାହକଙ୍କ ପସନ୍ଦ ବାଉଁଶ କରଡି, କଳାହାଣ୍ଡି ବଜାରରେ ଏବେ ବେଶ ଚାହିଦା - କଳାହାଣ୍ଡି ଜିଲ୍ଲା ଖବର

କଳାହାଣ୍ଡି ବଜାରରେ ଏବେ ବାଉଁଶ କରଡ଼ିର ବେଶ ଚାହିଦା । ଅନ୍ୟ ପରିବା ପରି ଆଗ୍ରହରେ କିଣୁଛନ୍ତି ଗ୍ରାହକ । ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପାଦେୟ । ଅଧିକ ପଢନ୍ତୁ

ଗ୍ରାହକଙ୍କ ପସନ୍ଦ ପାଲଟିଛି ବାଉଁଶ କରଡି, ଚାହିଦା ଯୋଗାଇଛି ରୋଜଗାର

author img

By

Published : Aug 6, 2023, 7:23 PM IST

Updated : Aug 6, 2023, 7:37 PM IST

ଗ୍ରାହକଙ୍କ ପସନ୍ଦ ପାଲଟିଛି ବାଉଁଶ କରଡି, କଳାହାଣ୍ଡି ବଜାରରେ ଏବେ ବେଶ ଚାହିଦା

ଭାବନୀପାଟଣା: ବାଉଁଶର ଏକ ଉତ୍ପାଦ ଦେଉଛି କରଡି । ଦିନ ଥିଲା କରଡିର ପିରିଚୟ ନଥିଲା । ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଏହାର ଚାହିଦା ବଢିବାକୁ ଲାଗିଛି । ଏବେ ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଛି କରଡି । ନାଁଟି ଶୁଣିବାକୁ ଯେମିତି ଏଥିରୁ ପ୍ରସ୍ତୁତ ଖାଦ୍ୟର ସ୍ବାଦ ମଧ୍ୟ ସେମିତି ନିଆରା । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବଜାରରେ ଏହି କରଡିର ବେଶ ଚାହିଦା ରହିଛି । ଏହାକୁ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରି ଗୁଜୁରାଣ ମେଣ୍ଟାଉଛନ୍ତି ଆଦିବାସୀ ପରିବାର ।

ଜଙ୍ଗଲଜାତ ଏହି ଦ୍ରବ୍ୟର ଚାହିଦା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବେଶ ଅଧିକ । ଆଉ ଏବେ କଳାହାଣ୍ଡି ବଜାରରେ ଚାଲିଛି କରଡିର ରାଜୁତି । ଯିଏ ବଜାରକୁ ଆସୁଛି ସେ ଅନ୍ୟ ପନିପରିବା ଭଳି କରଡିକୁ ମଧ୍ୟ ସାଥିରେ ନେବାକୁ ଭୁଲୁନାହିଁ । ଆଉ ବଜାରରେ ଏହାର ଚାହିଦା ଯୋଗୁଁ ବିକ୍ରି କରୁଥିବା ବେପାରୀ ମଧ୍ୟ ବେଶ ଲାଭବାନ ହେଉଛନ୍ତି । ସାଧାରଣତଃ ଗଜା ବାଉଁଶକୁ କରଡ଼ି କୁହାଯାଇଥାଏ । ଜଣେ ବ୍ୟବସାୟୀ କହିଛନ୍ତି,‘‘ ଘଞ୍ଚ ଜଙ୍ଗଲ ଘେରା ପାହାଡ଼ର ବାଉଁଶ ମୂଳରୁ ଏହି କରଡ଼ି ମିଳିଥାଏ । ସାଧାରଣତଃ ଶ୍ରାବଣ ମାସରେ ଏହା ଗଜା ଦେଇଥାଏ । ଘଞ୍ଚ ଜଙ୍ଗଲରୁ ସେମାନେ ଉପଯୁକ୍ତ କରଡିକୁ ଆଣି କରି ଏହାକୁ ଛୋଟଛୋଟ ଖଣ୍ଡ କରିଥାଆନ୍ତି । ପରେ ନିର୍ଦ୍ଦିଷ୍ଟ ପରିମାଣରେ ବିକ୍ରି କରିଥାନ୍ତି ।’’

ଗଜା ବାଉଁଶକୁ ଭାଙ୍ଗି ଆଣିବା ପରେ ଚୋପା ଛଡାଇ ଭଲଭାବେ ଧୋଇ ବଜାରକୁ ନେଇ ବିକ୍ରି କରିଥାନ୍ତି । ବିକ୍ରି ପାଇଁ ଏହାକୁ ସଂଗ୍ରହ କରୁଥିବା ସଂଗ୍ରହକାରୀ କେତୋଟି କରଡ଼ିକୁ ମିଶାଇ ଏକ ନିର୍ଦ୍ଦିଷ୍ଟ ଦରରେ ବିକ୍ରି କରନ୍ତି ତ ଆଉ କିଏ ଛୋଟ ଛୋଟ ଆକାରରେ କାଟି ପତ୍ରରେ ପ୍ରସ୍ତୁତ ଦନାରେ ବିକ୍ରି କରନ୍ତି । ତେବେ ଏନେଇ ଜଣେ ଗ୍ରାହକ କହିଛନ୍ତି, ‘‘ଏହି କରଡିରୁ ମୁଖ୍ୟତଃ ବେସର ତରକାରୀ, ଆମ୍ବିଳ, ଭଜା, ଚିପ୍ସ ସହ ଆଚାର ଓ ଚଟଣୀ ଭଳି ୪୦ରୁ ଊର୍ଦ୍ଧ୍ବ ପ୍ରକାରରେ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାର ସ୍ବାଦ ମଧ୍ୟ ବେଶ ନିଆରା । ଶୁଖିଲା ପରେ କରଡ଼ିକୁ ହଣ୍ଡୁଆ ଭାବରେ ବ୍ୟବହାର କରାଯାଏ । କରଡିକୁ ନେଇ ଭଳିକି ଭଳି ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ହେଉଥିବା ଯୋଗୁଁ ଏହାର ଚାହିଦା ବଜାରରେ ଅଧିକ ରହିଥାଏ ।’’

ଏହା ମଧ୍ୟ ପଢନ୍ତୁ :-ସୁନା ରୁପା ଛାଡି ବିଲାତି ପଛରେ ଚୋର, ଦୋକାନରୁ ଚୋରି କଲେ 40 କିଲୋ ଟମାଟୋ

ବର୍ଷର କେବଳ ୩ ମାସ ଏହା ମିଳୁଥିବା ଯୋଗୁଁ ଲୋକେ କରଡ଼ି କିଣିବାକୁ ଆଗ୍ରହର ସହିତ ଅପେକ୍ଷା କରିଥାଆନ୍ତି । କରଡି ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର । ମଧୁମେହ, ହୃଦରୋଗୀଙ୍କୁ ଏଥିରୁ ପ୍ରସ୍ତୁତ ଖାଦ୍ୟ ଉପଶମ ଦେଇଥାଏ । କିଛି ବର୍ଷ ପୂର୍ବରୁ କରଡିକୁ ଅଖାଦ୍ୟ ବୋଲି କେତେକ ଭାବୁଥିଲେ । ମାତ୍ର ମେଡିକାଲ ସାଇନ୍ସର ପରୀକ୍ଷା ପରେ ଏହା ଶରୀର ପାଇଁ ହିତକର ବୋଲି ଜଣାପଡିଥିଲା । ଏହାପରେ ଦିନକୁ ଦିନ କରଡିର ଚାହିଦା ବଢିବାରେ ଲାଗିଛି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Aug 6, 2023, 7:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.