ETV Bharat / state

ସ୍ବାଧୀନତାର ଅମୃତ ମହୋତ୍ସବରେ ନିୟମଗିରିରେ ଉଡିଲା ତ୍ରିରଙ୍ଗା, କେବେଥିଲା ମାଓଗଡ - ମାଓ ଇଲାକାରେ ଉଡିଲା ତ୍ରିରଙ୍ଗା

ସ୍ବାଧୀନତାର 75 ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । କଳାହାଣ୍ଡି ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ଅଞ୍ଚଳରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

କେବେଥିଲା ମାଓଗଡ, ଇଲାକାରେ ହର ଘର ତ୍ରିରଙ୍ଗା
କେବେଥିଲା ମାଓଗଡ, ଇଲାକାରେ ହର ଘର ତ୍ରିରଙ୍ଗା
author img

By

Published : Aug 14, 2022, 10:26 PM IST

କଳାହାଣ୍ଡି: ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ପାଳିତ ହେଉଛି ଆଜାଦି କା ଅମୃତ ମହୋତ୍ସବ । ତ୍ରିରଙ୍ଗାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଆହ୍ବାନ ଦେଇଛନ୍ତି । ଜିଲ୍ଲାର ଅନେକ ଗୁଡିଏ ଗାଁ ରହିଛି ଯେଉଁ ଗାଁ ଗୁଡିକରେ ସ୍ବାଧୀନତା ଦିବସ ଅବସରରେ ପୂର୍ବରୁ ଜାତୀୟ ପତାକା ଉଡୁନଥିଲା । ମାତ୍ର ଚଳିତଥର କଳାହାଣ୍ଡି ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି ଅଞ୍ଚଳରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଦେଖିବାକୁ ମିଳିଛି ।

କେବେଥିଲା ମାଓଗଡ, ଇଲାକାରେ ହର ଘର ତ୍ରିରଙ୍ଗା

ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ । ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀଙ୍କ ଗାଁ । ଏହି ଗାଁ ମାନଙ୍କରେ ଆଜି ଦେଖିବାକୁ ମିଳିଛି ଫର ଫର ହୋଇ ଉଡୁଥିବା ତ୍ରିରଙ୍ଗା । ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ଦବଦବା ସବୁବେଳେ ରହିଥାଏ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜି ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଲମ୍ବୋଧର ପ୍ରଧାନ ନିୟମଗିରି ଅଞ୍ଚଳକୁ ଯାଇ ସମସ୍ତ ଡଙ୍ଗରିଆ ଓ ଝରଣିଆ ଆଦିବାସୀଙ୍କୁ ତ୍ରିରଙ୍ଗା ବଣ୍ଟନ କରିଛନ୍ତି ।

ସେହି ଅଞ୍ଚଳରେ ହର ଘର ତ୍ରିରଙ୍ଗାର ନାରା ଦେଇ ଜାତୀୟ ପତାକା ଉଡାଇଥିଲେ । ଏହାକୁ ନେଇ ନିୟମଗିରି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ସ୍ବାଧୀନତାର 75 ବର୍ଷ ପରେ ସ୍ବାଧୀନତା କଣ ଜାଣିଲେ ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀ ।

ଇଟିିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.