ETV Bharat / state

ଗୌରବ ଆଣିଲେ ଲାଞ୍ଜିଗଡର ଲାଲୁ, ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନେବେ ଭାଗ - Lalu Prasad Bhoi news

ଓଡିଶା ପାଇଁ ଗୌରବ ଆଣିଲେ କଳାହାଣ୍ଡି ପୁଅ ଲାଲା ପ୍ରସାଦ ଭୋଇ । ଇଣ୍ଡିଆନ୍ସ ଗ୍ରାଁ ପ୍ରିକ୍ସ ୪ରେ ଓଡ଼ିଶା କ୍ରୀଡ଼ାକୁ ମିଳିଛି ଏକ ବଡ଼ ଖୁସି ଖବର । ଅଧିକ ପଢନ୍ତୁ

ଓଡିଶା ପାଇଁ ଗୌରବ ଆଣିଲେ କଳାହାଣ୍ଡି ପୁଅ
ଓଡିଶା ପାଇଁ ଗୌରବ ଆଣିଲେ କଳାହାଣ୍ଡି ପୁଅ
author img

By

Published : May 27, 2022, 8:40 AM IST

ଭବାନୀପାଟଣା: କ୍ରୀଡା କ୍ଷେତ୍ରରେ ରେକର୍ଡ କରୁଛି ଓଡିଶା । ରାଜ୍ୟକୁ ଗର୍ବିତ କରୁଛନ୍ତି ଖେଳାଳି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପିକ୍ସ-4ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରି କ୍ୟାରିୟରକୁ ସ୍ମରଣୀୟ କରିଛନ୍ତି ଓଡିଶାର ପ୍ରତିଭା ସମ୍ପର୍ଣ୍ଣ ପୁରୁଷ ଲଙ୍ଗ ଜମ୍ପର ଲାଲୁ ପ୍ରସାଦ ଭୋଇ । ଏହି ସଫଳତା ତାଙ୍କ ପାଇଁ କଲମ୍ବିଆକୁ ଯାତ୍ରା ପଥ ଦେଖାଇଛି ।

ଗୌରବ ଆଣିଲେ କଳାହାଣ୍ଡି ପୁଅ
ଗୌରବ ଆଣିଲେ କଳାହାଣ୍ଡି ପୁଅ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡର ଲାଲୁ 7.58 ମିଟର ଜମ୍ପ କରି କେବେଳ ଯେ ବ୍ରୋଞ୍ଜ ପଦକ ଜିତିଛନ୍ତି ତା ନୁହେଁ ବିଶ୍ବ ଆଥଲେଟିକ ଚମ୍ପିଅନସିପ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ପ୍ରଥମ ଭାରତୀୟ ଭାବେ ସେ ଏହି ସଫଳତା ପାଇଛନ୍ତି । ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବିଆରେ ହେବାକୁ ଥିବା ବିଶ୍ବ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ଲାଲୁ । କଳିଙ୍ଗ ଷ୍ଟାଡିୟମସ୍ଥିତ ଓଡିଶା ରିଲାଏନ୍ସ ଫାଉଣ୍ଡେସନ ଏଚପିସିରେ ପ୍ରଶିକ୍ଷଣ ନେଉଥିଲେ ଲାଲୁ । ସେ କିଟ୍‌ରେ ଯୁକ୍ତ ୩ ବାଣିଜ୍ୟ ପ୍ରଥମ ବର୍ଷର ଛାତ୍ର।

ପୂର୍ବରୁ କନିଷ୍ଠ ବର୍ଗରେ ଖେଳୁଥିବା ଲାଲୁ ଏଥର ବରିଷ୍ଠ ବର୍ଗରେ ଖେଳି ରାଜ୍ୟ ପାଇଁ ସଫଳତା ଲାଭ କରିଛନ୍ତି। ପୂର୍ବରୁ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା, ସର୍ବଭାରତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ବେଳେ ୬୮ତମ ରାଜ୍ୟ ଦୌଡ଼କୁଦର ୧୦୦ ମିଟରରେ କାଂସ୍ୟ ଏବଂ ଲମ୍ବଡିଆଁରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ସଫଳତା ଲାଗି ଲାଲୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଆଗାମୀ ବିଶ୍ବ ଚାମ୍ପିଆନସିପରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦେଶ ଓ ରାଜ୍ୟକୁ ଗର୍ବିତ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି ଲାଲୁ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.