ETV Bharat / state

ପୁଣି ଲାଞ୍ଜିଗଡରେ ମାଓ ପୋଷ୍ଟର: ଆରଟିଓ କ୍ୟାମ୍ପ ଦାବି - mao poster

କଳାହାଣ୍ଡି ଲାଞ୍ଜିଗଡରେ ପୁଣି ପୋଷ୍ଟର ଲଗାଇଲେ ମାଓ ସଙ୍ଗଠନ । ପୋଷ୍ଟର ମାଧ୍ୟମରେ ପ୍ରତି କ୍ୟାମ୍ପରେ ଆରଟିଓ କ୍ୟାମ୍ପ ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ...

ପୁଣି ଲାଞ୍ଜିଗଡରେ ମାଓ ପୋଷ୍ଟର
ପୁଣି ଲାଞ୍ଜିଗଡରେ ମାଓ ପୋଷ୍ଟର
author img

By

Published : Mar 11, 2020, 12:12 PM IST

Updated : Mar 11, 2020, 12:32 PM IST

ଭବାନୀପାଟଣା: ଲାଞ୍ଜିଗଡ ବ୍ଲକର 3ଟି ସ୍ଥାନରେ ପୁଣି ମାଓ ପୋଷ୍ଟର । ପ୍ରତି ପଞ୍ଚାୟତରେ ଆରଟିଓ କ୍ୟାମ୍ପ ପାଇଁ ଦାବି । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳ ବେନ ଗାଁ, ଦମାଘାଟି ଓ ବିଜେପୁରରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।

ପୁଣି ଲାଞ୍ଜିଗଡରେ ମାଓ ପୋଷ୍ଟର

ଏହା ସହ ପୋଷ୍ଟରରେ ଏଥର କଳାହାଣ୍ଡି ଆରଟିଓକୁ ପୋଷ୍ଟର ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଦୁଇ ଚକିଆ ଓ ଚାରି ଚକିଆ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନେକ ଯୁବକକୁ ଜାଣିଶୁଣି ହଇରାଣ କରାଯାଉଛି । ସେଥିପାଇଁ ପ୍ରତ୍ୟେକ ପଞ୍ଚାୟତରେ ଆରଟିଓ କ୍ୟାମ୍ପ ଖୋଲିବା ପାଇଁ ଦାବି କରାଯାଇଛି । ଲାଞ୍ଜିଗଡ-ବେନ ଗାଁ ପ୍ରଧାନମନ୍ତ୍ରୀ ରାସ୍ତାକୁ ବନ୍ଦ କରିବା ପାଇଁ ପୋଷ୍ଟରରେ ଉଲ୍ଲେଖ ରହିଥିବାବେଳେ କିଛି ଲୋକେ ମାଓ ବିରୋଧୀ କାମ କରିବା ସହ ପୋଲିସର ଖବର ଦାତା ସାଜି ସୂଚନା ଦେଉଛନ୍ତି । ତେଣୁ ସେମାନଙ୍କୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବଙ୍କାକୁଣ୍ଡୁ ଓ ଧଡେଲ ଛକରେ ପୋଷ୍ଟର ମରା ଯାଇଥିବାବେଳେ ଆଜି ମଧ୍ୟ ପୋଷ୍ଟର ମାରି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Mar 11, 2020, 12:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.