ETV Bharat / state

ଅସୁରକ୍ଷିତ ଜନନୀ ! ଉଚ୍ଛୁଳା ନଦୀରେ ଖଟିଆରେ ବୁହା ହେଲେ ଗର୍ଭବତୀ - again a pregnant woman carried by cot

ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଉଚ୍ଛୁଳା ନଦୀରେ ଗର୍ଭବତୀଙ୍କୁ ଅସୁରକ୍ଷିତ ଭାବେ ଖଟିଆରେ ବୋହି ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ...

ଅସୁରକ୍ଷିତ ଜନନୀ ! ଉଚ୍ଛୁଳା ନଇରେ ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Oct 23, 2020, 8:13 AM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଅସହ୍ୟ ହେଉଛି ଜନନୀ ଯନ୍ତ୍ରଣା । ପୁଣି ଖଟିଆରେ ବୁହା ହୋଇଗଲେ ଗର୍ଭବତୀ । ଗାଁକୁ ରାସ୍ତା ନଥିବାରୁ ଅଧା ବାଟରେ ଅଟକି ରହିଲା ଆମ୍ବୁଲାନ୍ସ । ଉଚ୍ଛୁଳା ନଦୀରେ ଗର୍ଭବତୀଙ୍କୁ ଅସୁରକ୍ଷିତ ଭାବେ ଖଟିଆରେ ବୋହି ଆଣିଲେ ପରିବାର ଲୋକେ ।

ଅସୁରକ୍ଷିତ ଜନନୀ ! ଉଚ୍ଛୁଳା ନଇରେ ଖଟିଆରେ ବୁହା ହେଲେ ଗର୍ଭବତୀ

ଜିଲ୍ଲାର ଲାଞ୍ଜିଗଡ ବ୍ଲକ ବଡପଡାର ଗାଁର ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତି ହରିଜନଙ୍କ ପ୍ରସବ ବେଦନା ଯୋଗୁଁ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲ ନେବାକୁ 108 ଆମ୍ବୁଲାନ୍ସକୁ ଡକାଇଥିଲେ ପରିବାର ଲୋକେ । ଗାଁକୁ ରାସ୍ତା ସଂଯୋଗ କରୁଥିବା ବଂଶଧାରା ନଦୀରେ 3 ଫୁଟ ପାଣି ଆସୁଥିବାରୁ ବଡପଡାରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଫଳରେ ବାଧ୍ୟହୋଇ ପରିବାର ଲୋକେ ବାସନ୍ତୀଙ୍କୁ ଖଟିଆରେ ବୋହି ଆଣି ଉଚ୍ଛୁଳା ନଦୀ ପାର କରାଇଥିଲେ ।

ଏହାପରେ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ ଡାକ୍ତରଖାନାକୁ ନିଆ ଯାଇଥିଲା । ସେପଟେ ବାରମ୍ବାର ଜିଲ୍ଲାରେ ଏଭଳି ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ନିଦାବିଷ୍ଣୁ ଆମ ଶାସନ କଳ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.