ETV Bharat / state

ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ବିଜୁ ସେତୁ; ଦୂର ହେବ ଦୀର୍ଘ ଦଶନ୍ଧିର ଦୁଃଖ - ବିଜୁ ସେତୁ ଯୋଜନା

ଇନ୍ଦ୍ରାବତୀ ନଦୀ ଆରପଟେ ଥିବା ୧୦ ଖଣ୍ଡ ଗାଁରେ ରହିବନି ଜଳବନ୍ଦୀ ସମସ୍ୟା । ଦୀର୍ଘ ଦଶନ୍ଧି ପରେ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ । ଅଧିକ ପଢନ୍ତୁ

ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ବିଜୁ ସେତୁ
ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ବିଜୁ ସେତୁ
author img

By

Published : May 17, 2023, 1:24 PM IST

Updated : May 17, 2023, 2:29 PM IST

ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବ ବିଜୁ ସେତୁ

ଭବାନୀପାଟଣା: ଗ୍ରାମାଞ୍ଚଳକୁ ସହରାଞ୍ଚଳ ସହ ସଂଯୋଗ କରିବାକୁ ସରକାର ରାସ୍ତା ଓ ପୋଲ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉପାନ୍ତ ଇଲାକାର ଲୋକଙ୍କ ପାଇଁ ପ୍ରହସନ ପାଲଟିଛି ଯୋଜନା । ନଦୀରେ ପୋଲଟିଏ ନଥିବା ଯୋଗୁଁ ଭାରରେ ବୁହା ହେଉଛନ୍ତି ରୋଗୀ । ତେବେ ସ୍ବଳ୍ପ ବର୍ଷାରେ ଜଳବନ୍ଦୀ ଜୀବନ କାଟୁଥିବା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ୧୦ ଖଣ୍ଡ ଗାଁ ଲୋକଙ୍କ ଦୀର୍ଘ ଦଶନ୍ଧିର ଦାବି ଏବେ ପୁରଣ ହେବାକୁ ଯାଉଛି । କାରଣ ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ । ଏଥିପାଇଁ ୫ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।

କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ଇନ୍ଦ୍ରାବତୀ ନଦୀ । ନଦୀ ଆରପଟେ ୧୦ ଖଣ୍ଡ ଗାଁ । ଟିକିଏ ବର୍ଷାରେ ଜଳବନ୍ଦୀ ଜୀବନ ବିତାଉଥିବା ଏହି ଅଞ୍ଚଳବାସୀଙ୍କ ଦୁଃଖ ଦୂର ହେବାକୁ ଯାଉଛି । ଏହି ନଦୀ ପାର୍ ହୋଇ ଲାଞ୍ଜିଗଡ଼, ତଳଝାପି ନିକେଶ ଜୋର ଭଳି ୧୦ ଖଣ୍ଡ ଗାଁର ଲୋକେ ଯିବାଆସିବା କରିଥାଆନ୍ତି । ଏହି ଅଞ୍ଚଳରେ ଗମନାଗମନ ପାଇଁ ଭଲ ରାସ୍ତାଟିଏ ନଥିବା ବେଳେ କାଳ ସାଜିଛି ଇନ୍ଦ୍ରାବତୀ । କାରଣ ଗତ ୨ ବର୍ଷ ମଧ୍ୟରେ ନଦୀରେ ବୁଡି ୫ ଜଣଙ୍କ ଜୀବନ ଯାଇଛି । ବିଶେଷକରି ବର୍ଷା ଦିନ ଆସିଲେ ଲୋକଙ୍କ ସମସ୍ୟା ଦୁଇଗୁଣ ବଢିଯାଏ । ଜଳବନ୍ଦୀ ଜୀବନ ଯାପନ କରନ୍ତି ଅଞ୍ଚଳବାସୀ ।

ନଦୀରେ ପୋଲ ନଥିବା କାରଣରୁ ରୋଗୀ ଠିକ ସମୟରେ ମେଡ଼ିକାଲରେ ପହଞ୍ଚି ପାରେନାହିଁ । ଛାତ୍ରଛାତ୍ରୀ ମଧ୍ୟ ସ୍କୁଲ୍‌କୁ ଯିବାରେ ସମସ୍ୟା ଭୋଗନ୍ତି । ତେଣୁ ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଇନ୍ଦ୍ରାବତୀ ନଦୀରେ ପୋଲ ନିର୍ମାଣ ନେଇ ଦାବି କରି ଆସୁଥିବା ବେଳେ ଏବେ ସେମାନଙ୍କ ଦାବି ପୂରଣ ହେବାକୁ ଯାଉଛି । ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହେବାକୁ ଯାଉଛି ବିଜୁ ସେତୁ । ଯାହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ । ପ୍ରାୟ ୫ କୋଟି ବ୍ୟୟ ଅଟକଳରେ ଗୋଟିଏ ବର୍ଷ ମଧ୍ୟରେ ଏହି ସେତୁ ନିର୍ମାଣ ହେବ । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଦୀର୍ଘ ଦଶନ୍ଧିର ସମସ୍ୟା ଏବେ ଦୂର ହେବ । ଗାଁକୁ ଆମ୍ବୁଲାନ୍ସ ଯିବା ସହ ଆଉ ଜଳବନ୍ଦୀ ଜୀବନ ବିତାଇବେ ନାହିଁ ୧୦ ଖଣ୍ଡ ଗାଁର ଲୋକେ ।

ଇଟିଭି ଭାରତ, କଳାହାଣ୍ଡି

Last Updated : May 17, 2023, 2:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.