ETV Bharat / state

ଦୁଷ୍କର୍ମ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦାବି, ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

କଳାହାଣ୍ଡି ଜିଲ୍ଲା ରାମପୁର ଦୁଷ୍କର୍ମ ଘଟଣା । ପୀଡିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଶିକ୍ଷକଙ୍କୁ ଗିରଫ କରିବା ସହ ଚାକିରିରୁ ନିଲମ୍ବିତ ପାଇଁ ହୋଇଛି ଦାବି ।ଅଧିକ ପଢନ୍ତୁ...

ଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

author img

By

Published : Mar 17, 2021, 10:21 AM IST

ଭବାନୀପଟଣା: କଳାହାଣ୍ଡି ଜିଲ୍ଲା ରାମପୁର ଦୁଷ୍କର୍ମ ଘଟଣା । ପୀଡିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ସ୍କୁଲରେ ତାଲା । ଦୁଷ୍କର୍ମ ଓ ଅପହରଣ ଘଟଣାରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ । ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରିବା ସହ ଚାକିରିରୁ ନିଲମ୍ବନ ଦାବି କରିଛନ୍ତି ।

ଦୁଷ୍କର୍ମ ପୀଡିତା ଛାତ୍ରୀଙ୍କ ନ୍ୟାୟ ଦାବିରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ସମ୍ପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ପୂର୍ବରୁ ଅନେକ ଅଭିଯୋଗ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ପୋଲିସ ନିରପେକ୍ଷ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ସୂଚନାଯୋଗ୍ୟ, ମଦନପୁର ରାମପୁର ଥାନା ଅନ୍ତର୍ଗତ ବେଲଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୀରାଦ୍ରୀ ମଳୟ ମଙ୍ଗରାଜ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦୁଇବର୍ଷ ଧରି ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସିଥିବା ବେଳେ ଗତ ୭ ତାରିଖରେ ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇଯାଇଥିଲା ଅଭିଯୁକ୍ତ ଶିକ୍ଷକ । ତେବେ ଦୀର୍ଘ ଦୁଇଦିନ ଧରି ଦୁଷ୍କର୍ମ କରିଥିବା ବେଳେ ୯ ତାରିଖ ଦିନ ସନ୍ଧ୍ୟା ସମୟରେ ଭୁବନେଶ୍ବରର ବରମୁଣ୍ଡା ବସ ଷ୍ଟାଣ୍ଡରେ ଛାଡି ଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଏହା ପରେ ଛାତ୍ରୀ ଜଣକ ମଦନପୁର ରାମପୁର ପହଞ୍ଚି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.