ETV Bharat / state

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା: ପୋଲିସକୁ ମିଳୁନଥିଲା ପ୍ରମାଣ, ଗିରଫ ହେଲେ ୮ ଅଭିଯୁକ୍ତ - କଳାହାଣ୍ଡିରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

କଳାହାଣ୍ଡି ଜିଲ୍ଲାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା । ବିଳମ୍ବରେ ପୋଲିସର କାର୍ଯ୍ୟାନୁଷ୍ଠାନ, ପୂର୍ବରୁ ପ୍ରମାଣ ମିଳୁନଥିବା ନେଇ ସ୍ପଷ୍ଟିକରଣ ଦେଇଥିଲା କେସିଙ୍ଗା ପୋଲିସ । ଅଧିକ ପଢ଼ନ୍ତୁ

matric question paper viral in kalahandi
କଳାହାଣ୍ଡିରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା
author img

By

Published : Mar 22, 2023, 9:01 PM IST

Updated : Mar 22, 2023, 9:23 PM IST

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ଘଟଣା

କଳାହାଣ୍ଡି: ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନପତ୍ରର ଭୁଲ ଉତ୍ତର ଭାଇରାଲ କରିବା ଘଟଣାରେ ପୋଲିସକୁ ମିଳୁନିଥିଲା ପ୍ରମାଣ । ଶିକ୍ଷା ବିଭାଗର ଏତଲା ପରେ ତତ୍ପରତା ପ୍ରକାଶ କରି ୮ ଜଣଙ୍କୁ ଗିରଫ କରିଛି କେସିଙ୍ଗା ଥାନା ପୋଲିସ । ପୋଲିସ ସେମାନଙ୍କଠାରୁ ନକଲି ପ୍ରଶ୍ନପତ୍ର, ମୋବାଇଲ ଓ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: Odisha Assembly: ଶୂନ୍ୟକାଳରେ ମହାନଦୀ ପ୍ରସଙ୍ଗ ଉଠାଇଲା ବିଜେଡି, ଘାଣ୍ଟି ଦେଲେ ବିରୋଧୀ ଦଳନେତା

ସୂଚନା ଅନୁଯାୟୀ, ଗତ ୧୪ ତାରିଖ ଦିନ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ ଚୋପଦାର ଓ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରେମକାଲ ଦୁବେ ରୁପ୍ରା ସ୍କୁଲକୁ ପରୀକ୍ଷା ପରିଚାଳନାର ତଦାରଖ କରିବା ପାଇଁ ଯାଇଥିଲେ । ଏହି ସମୟରେ ସ୍କୁଲ ବାହାରେ ଭୁଲ ପ୍ରଶ୍ନପତ୍ର ଓ ଉତ୍ତର ଭାଇରାଲ ହେଉଥିବା ଖବର ପାଇଥିଲେ । ପରବର୍ତ୍ତୀ ସମୟରେ କାଣ୍ଡେଲ ଅଞ୍ଚଳ ଯାଇଥିଲେ ସେଠି ମଧ୍ୟ ସମାନ ଘଟଣା ଦେଖିବାକୁ ପାଇଥିଲେ । ତେଣୁ ତୁରନ୍ତ ଏନେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରେମଲାଲ ଦୁବେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ୮ ଜଣ ଅଭିଯୁକ୍ତଙ୍କୁ ବିଳମ୍ବିତ ରାତିରେ ଉଠାଇ ଆଣିଥିଲା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ: ଆକ୍ସନ ମୋଡରେ ବଲାଙ୍ଗୀର ପୋଲିସ, ଦୁର୍ଦ୍ଦାନ୍ତ ଅପରାଧୀର ଆଲିସାନ ରିସର୍ଟ ଉପରେ ଚାଲିଲା ବୁଲ୍‌ଡୋଜର୍‌

ପରେ ସେମାନଙ୍କଠାରୁ କୌଣସି ସୁରାକ୍‌ ନପାଇ ଛାଡି ଦେଇଥିବା ନେଇ ପୋଲିସ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ପୋଲିସ ସେମାନଙ୍କୁ ପୁଣି ଥରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ଘଟଣାରେ ଏକ ରାକେଟ ମଧ୍ୟ କାମ କରୁଥିବା ଅଭିଯୋଗ ହୋଇଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ଗିରଫ ଅଭିଯୁକ୍ତମାନେ ହେଲେ ରୁପ୍ରା ଘରୋଇ ଆର୍.କେ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ପରିଚାଳକ ପ୍ରାଣବନ୍ଧୁ ସାହୁ, ରୋଶନ ସାହୁ ରବୀନ୍ଦ୍ର ସାହୁ, ରେଙ୍ଗାଲି ଗାଁର କୌଶିକ ସାହୁ, କାଣ୍ଡେଲର ଗାଁର କ୍ଷୀରସିନ୍ଧୁ ବାଗ, ଯାଜପୁର ଟାଉନ୍‌ର ଅଭୟ ନନ୍ଦ, ଲାଖପଦରର ଗାଁର ଭେସରାଜ କରୁଆଁ ଓ ଘୋଡ଼ାବନ୍ଧର ଗାଁର କୁଳମଣି ସାହୁ ବୋଲି ଜଣାପଡିଛି । ତେବେ ପୋଲିସର ଏଭଳି ତଦନ୍ତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରଶ୍ନପତ୍ର ଭୁଲ ନାଁ ଠିକ ତାକୁ ନେଇ ତଦନ୍ତ କରୁଛି ଜିଲ୍ଲା ଶିକ୍ଷ ବିଭାଗ ।

ଇଟିଭି ଭାରତ, କଳାହାଣ୍ଡି

Last Updated : Mar 22, 2023, 9:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.