ETV Bharat / state

୨୪ ଘଣ୍ଟାର ପରେ ମିଳିଲା ନିଖୋଜ ଛାତ୍ରର ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର - ହତ୍ୟା ଅଭିଯୋଗ ଆଣିଲା ପରିବାର

୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲା ପରିବାର । ଅଧିକ ପଢନ୍ତୁ

୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

author img

By

Published : Jul 14, 2023, 7:06 AM IST

୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

ଭବାନୀପାଟଣା: ରେତ ଡ୍ୟାମରେ ଛାତ୍ର ବୁଡିଯିବା ଘଟଣା । ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଢୁସଗୁଡା ରେତ ଡ୍ୟାମରେ ଗତ ବୁଧବାର ଜଣେ କଲେଜ ଛାତ୍ର ବୁଡି ନିଖୋଜ ହୋଇଥିବା ବେଳେ ଗତକାଲି(ଗୁରୁବାର) ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଜଣଙ୍କ ଭବାନୀପାଟଣା ସହରର ବ୍ୟବସାୟୀ ସୁଦାମ ପଣ୍ଡାଙ୍କ ପୁଅ ଆଲୋକ ପଣ୍ଡା । ଆଲୋକ ଭବାନୀପାଟଣା ଠାରେ ଥିବା ବିକାଶ କଲେଜରେ ପାଠ ପଢ଼ନ୍ତି । ତେବେ ଗତ ବୁଧବାର ଆଲୋକ ଘରୁ କଲେଜ ଯାଉଛି କହି ନିଜ କଲେଜ ସାଙ୍ଗମାନଙ୍କ ସହ ରେତ ଜଳ ସେଚନ୍ ପ୍ରକଳ୍ପ ବୁଲିବାକୁ ଯାଇ ସେଠାରେ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ଆଲୋକ ବୁଡି ଯାଇଥିଲେ । ଆଲୋକଙ୍କ ସାଙ୍ଗରେ ଯାଇଥିବା କଲେଜ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଆଲେକଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଗତ ବୁଧବାର ରାତି ତମାମ ଓଡ୍ରାଫ ଟିମ ପାଣି ଭିତରେ ଆଲୋକକୁ ଖୋଜିଥିଲେ ମଧ୍ୟ ପାଇନଥିଲେ । ତେବେ ୫ଟି ଓଡ୍ରାଫ ଟିମ୍‌ର ସହାୟତାରେ ଆଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଅଧିକ ପଢନ୍ତୁ: ରେତ ଡ୍ୟାମରେ ବୁଡି ଛାତ୍ର ନିଖୋଜ, ଖୋଜୁଛି ଓଡ୍ରାଫ ଟିମ୍

ସେପଟେ ପରିବାର ପକ୍ଷରୁ ଏହାକୁ ଏକ ଯୋଜନାବଦ୍ଧ ହତ୍ୟା ବୋଲି ଆଭିଯୋଗ ହୋଇଛି । ଏହାସହ ପୋଲିସ ଓ ଓଡ୍ରାଫ ଟିମର ଅବହେଳାକୁ ନେଇ ଛତିଗୁଡା ଛକ ଠାରେ ରାଜ୍ୟ ରାଜପଥ ଅବରୋଧ କରିଥିଲେ ମୃତକଙ୍କ ପରିବାର । ଏନେଇ ପରିବାର ଲୋକେ ଆଲୋକଙ୍କୁ ଯୋଜନା ବଦ୍ଧ ଭାବରେ ହତ୍ୟା କରି ଡ୍ୟାମରେ ଫିଙ୍ଗି ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସାଇଣ୍ଟିଫିକ ଟିମ ସାହାଯ୍ୟରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସେପଟେ ଯଥାଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରି ଉପଯୁକ୍ତ ଦଣ୍ଡ ଦେବାକୁ ପରିବାର ଦାବି କରିଛି । ଯଦି ପୋଲିସ ପକ୍ଷରୁ କୌଣସି ପଦକ୍ଷପ ନନିଆଯିବ ତେବେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ମୃତ ଆଲୋକଙ୍କ ପରିବାର।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.