ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ନେଇ ଆକାଂକ୍ଷା ଆଲୋଚନା ଚକ୍ର ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, କଳାହାଣ୍ଡି ବିଶ୍ବ ବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥିଙ୍କ ସମେତ ଅନେକ ଲେଖକ ଶିକ୍ଷାବିତ ଯୋଗଦେଇ ଗତ ଦୁଇ ଦଶନ୍ଧିରେ ହୋଇଥିବା କଳାହାଣ୍ଡିର ପରିବର୍ତ୍ତନ, ନେତୃତ୍ବ ଓ କଳାହାଣ୍ଡି ପାଇଁ ଆଗାମୀ ଦିନର ସ୍ବପ୍ନ ଉପରେ ଆଲୋଚନା କରାଯାଇଥିଲା ।
ଏହି ଆଲୋଚନା ଚକ୍ରରେ ଜିଲ୍ଲାର ଶିକ୍ଷା,ସ୍ବାସ୍ଥ୍ୟ,ଗମନାଗମନ,ମହିଳା ସଶକ୍ତିକରଣ, ଲୋକ କଳା ଓ ସଂସ୍କୃତି, ପର୍ଯ୍ୟଟନ, ଭିତ୍ତିଭୂମି, କ୍ରୀଡାର ବିକାଶ, ଧନ୍ଦାମୂଳକ କାର୍ଯ୍ୟକ୍ରମ, ଅର୍ଥନୈତିକ ଅଭିବୃଦ୍ଧି, କୃଷି ଭଳି ଅନେକ ବିଷୟରେ ଆଲୋଚନା କରାଯାଇଛି । ଏହି ଅବସରରେ 'ମଞ୍ଚ କଳା' ରେ ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରଭାସ ମିଶ୍ରଙ୍କୁ ସମ୍ମାନିତ କରାଯାଇଛି । ଆଗାମୀ ଦିନରେ ଜିଲ୍ଲାର ବିକାଶ ହିଁ ଏକ ମାତ୍ର ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ