ETV Bharat / state

ଗାଁକୁ ରାସ୍ତା ନାହିଁ, ଖଟିଆରେ ବୁହା ହେଲେ ରୋଗୀ - no road in deogaan

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଦେଓଗାଁରେ ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସରେ କର୍ଲାମୁଣ୍ଡା ଡାକ୍ତରଖାନା ଆସିଲେ ରୋଗୀ ।

ଫଟୋ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି
author img

By

Published : Jul 21, 2019, 6:22 PM IST

କଳାହାଣ୍ଡି: ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ । ସ୍ବାସ୍ଥ୍ୟବସ୍ଥାର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଦେଓଗାଁରେ । ଗାଁକୁ ରାସ୍ତା ନଥିବାରୁ ରୋଗୀ ଆଣିବାକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେ ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସରେ କର୍ଲାମୁଣ୍ଡା ଡାକ୍ତରଖାନା ଆସିଲେ ରୋଗୀ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, କଳାହାଣ୍ଡି

ସୂଚନାନୁସାରେ, ଗତ 2 ଦିନ ହେବ ଦେଓଗାଁର କଲୋନୀ ପଡାରେ ଜ୍ବର ଓ ଝାଡାବାନ୍ତିରେ ପୀଡିତ ଥିଲେ ମାଧବଙ୍କ ସ୍ତ୍ରୀ ଦ୍ରୌପଦୀ ସାହୁ । ଆଜି ତାଙ୍କ ଦେହ ଅଧିକ ଖରାପ ହେବାରୁ ସେ 108 ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଫୋନ ପାଇ ଆମ୍ବୁଲାନ୍ସ ଆସିଲା ସତ ହେଲେ ରାସ୍ତା ନଥିବାରୁ ଗାଁ ଭିତରକୁ ଯାଇପାରିଲାନାହିଁ । ଫଳରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୁହା ହେଲେ ଦ୍ରୌପଦୀ ।

ଏମିତି ସ୍ଥିତିରେ କଲୋନୀପଡାରେ ଯଦି ରାସ୍ତା କାମ କରାନଯାଏ ତେବେ ଆଗାମୀ ଦିନରେ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ସ୍ଥାନୀୟବାସୀ ଚେତାବନୀ ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ

Intro:ଦୋପଦୀ ସାହୁଙ୍କ ପାଇଁ ରାସ୍ତା ହେଲା ବାଧକ;ଖଟରେ ବୁହା ହୋଇ ଆମ୍ବୁଲାନ୍ସ ରେ ଆସିଲେ କର୍ଲାମୁଣ୍ଡା ଡାକ୍ତରଖାନା।
ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଦୟନୀୟ ଘଟଣା ଦେଖି ବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଞ୍ଚାୟତ ଦେଓଗାଁ ଠାରେ ।Body:ଗତ ଦୁଇ ଦିନ ହେଲା ଦେଓଗାଁ ର କଲୋନୀ ପଡ଼ାରେ ଜ୍ଵର ଓ ଝାଡାବାନ୍ତି ରେ ପିଡିତ ପଡ଼ିଥିଲେ ମାଧବଙ୍କ ସ୍ତ୍ରୀ ଦୋପଦୀ ସାହୁ ଆଜି ଅଧିକ ରୁ ଅଧିକ ହେବା ଫଳରେ ସେ ଆମ୍ବୁଲାନ୍ସ ୧୦୮କୁ ଫୋନ କରିବାପରେ ଆମ୍ବୁଲାନ୍ସ ଆସି ପହଁଚିଲା କିନ୍ତୁ ଯାଇ ପାରିଲା ନାହିଁ।କାରଣ ଦିର୍ଘ କେତେବର୍ଷରୁ ପଞ୍ଚାୟତ ଅଧିନରେ ଥିବା ବେଳେ କାମ ହୋଇ ପାରୁନାହିଁ ବୋଲି ଆଜି ଖଟରେ ବୁହା ହେଲେ ଦୋପଦୀ।Conclusion:ଏପରି ପରିସ୍ଥିତି ରେ ପଞ୍ଚାୟତ ଅଧିନରେ ଥିବା ଶିଘ୍ର କଲୋନୀ ପଡ଼ା ର କାମ ନ କରାଯାଏ ଆଗାମୀ ଦିନରେ ପଞ୍ଚାୟତ ସମ୍ମୁଖରେ ଆନ୍ଦୋଳନ କରିବେ ଚେତାବନୀ ଦେଇଛନ୍ତି।
ବାଇଟ-ରେବତୀ ସାହୁ(ରୋଗୀଙ୍କ ସମ୍ପର୍କୀୟ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.