ETV Bharat / state

ବାହାଘର 10 ଦିନ ନ ପୁରୁଣୁ ନବବଧୂର ଆତ୍ମହତ୍ୟା - ଆତ୍ମହତ୍ୟା

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନସ୍ଥ ଉପରଝାପି ଗାଁରେ ଚାଞ୍ଚଲ୍ୟ । ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପଟେ କିନ୍ତୁ ମୃତ ମହିଳାଙ୍କ ବାପଘର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 23, 2019, 11:07 AM IST

ଭବାନୀପାଟଣା: ବାହାଘରକୁ ମାତ୍ର 10 ଦିନ ନ ପୁରୁଣୁ ନବବଧୂର ଆତ୍ମହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଥୁଆମୂଳ ରାମପୁର ଥାନା ଅଧିନସ୍ଥ ଉପରଝାପି ଗାଁରେ । ମୃତ ମହିଳା ହେଲେ ମୁକ୍ତାମଣି ନାଏକ । ସେ ଓଢଣୀରେ ଫାସି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି

ସୂଚନା ଅନୁଯାୟୀ, ଗତ 15 ତାରିଖରେ ମୁକ୍ତା ଗୋପାଳପୁର ପଞ୍ଚାୟତର ଉପରଝାପି ଗାଁର କୈଳାସ ନାଏକଙ୍କୁ ପ୍ରେମ ବିବାହ କରିଥିଲେ । ହେଲେ ସେ ଶନିବାର ଓଢଣୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କନ୍ୟା ଘରକୁ ଖବର ଦେଇଥିଲେ ଶାଶୁଘର ଲୋକେ ।

ଗୋଟେ ପଟେ ଶାଶୁଘର ଲୋକେ ମୁକ୍ତା ଆତ୍ମହତ୍ୟା କରିଥିବା କହୁଥିବା ବେଳେ ଏପଟେ କିନ୍ତୁ ତାଙ୍କ ବାପଘର ଲୋକେ ହତ୍ୟା କରାଯାଇଥିବା ଥୂଆମୁଳ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡିନଥିବା ବେଳେ ତଦନ୍ତ କରୁଛି ପୋଲିସ ।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.