ETV Bharat / state

କଳାହାଣ୍ଡିରେ କୃଷକ ଅଧିକାର ଯାତ୍ରାକୁ ଭବ୍ୟ ସ୍ବାଗତ

author img

By

Published : Mar 17, 2021, 8:29 AM IST

ଗତ ବର୍ଷରେ ଦେଶରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଯାହା ଏବେ ମଧ୍ୟ ଜାରି ରହିଛି । ସେପଟେ ଓଡିଶାର ୧୨ଟି କୃଷକ ସଙ୍ଗଠନ ଏହାର ସମର୍ଥନ କରିଛନ୍ତି ।

କଳାହାଣ୍ଡିରେ କୃଷକ ଅଧିକାର ଯାତ୍ରାକୁ ଭବ୍ୟ ସ୍ବାଗତ
କଳାହାଣ୍ଡିରେ କୃଷକ ଅଧିକାର ଯାତ୍ରାକୁ ଭବ୍ୟ ସ୍ବାଗତ

ଭବାନୀପାଟଣା: କେନ୍ଦ୍ର ସରକାରଙ୍କ ତିନି ଗୋଟି କୃଷି ଆଇନକୁ ବିରୋଧ କରି ସମଗ୍ର ଦେଶରେ ଚାଷୀ ଆନ୍ଦୋଳନ ତେଜି ଥିବା ବେଳେ ଏହାର ସମର୍ଥନ କରୁଛି ଓଡିଶାର ୧୨ଟି କୃଷକ ସଙ୍ଗଠନ। ଏହି ସଙ୍ଗଠନ ମିଳିତ ହୋଇ ଆରମ୍ଭ କରିଛନ୍ତି କୃଷକ ଅଧିକାର ଯାତ୍ରା ।

ଏହି ଯାତ୍ରା ଗତ ୧୨ ତାରିଖ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ୨୦ ଜିଲ୍ଲା ପରିକ୍ରମା କରିବ । କୃଷକ ଯାତ୍ରା ମଙ୍ଗଳବାର କଳାହାଣ୍ଡି ଜିଲ୍ଲାରେ ପହଁଞ୍ଚି ଥିବା ବେଳେ କଳାହାଣ୍ଡି ଜିଲ୍ଲା କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ଜୁନାଗଡ଼ ଠାରେ ବିପୁଳ ସମ୍ବର୍ଦ୍ଧନା ପୂର୍ବକ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା । ପରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଏହି ଆଇନ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ କୃଷକ ନେତା ମାନେ ଦାବି କରିଥିଲେ ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.