ଭବାନୀପାଟଣା: ମହୁମାଛି ଆକ୍ରମଣରେ ୭ ଯୁବକ ଆକ୍ରାନ୍ତ ହୋଇଥିବାବେଳେ ୨ ଯୁବକଙ୍କର ମୃତ୍ୟୁ ଘଟିଛି l ଅନ୍ୟ ୨ ଜଣ ଗୁରୁତଙ୍କୁ ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା କୁଲାନାଳ ଗାଁରେ । ଗାଁର ପ୍ରାୟ 10 ଜଣ ଲୋକେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଏକ ମହୁଫେଣା ସଂସ୍ପର୍ଶରେ ଆସିଯାଇଥିଲେ । ଏନେଇ ମହୁମାଛି ସଂଘବନ୍ଧ ଭାବେ ଆକ୍ରମଣ କରିବାରୁ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ଘାସି ମାଝୀ (୨୩) ଓ ଡମେ ମାଝୀ(୨୭) ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟ ଆହତ ପ୍ରାୟ ୭ ଜଣଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତକଙ୍କ ପରିବାର ବର୍ଗ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ।
କଳାହାଣ୍ଡିରୁ ଅଜିତ ସିଂହ, ଇଟିଭି ଭାରତ