ETV Bharat / state

କଳାହାଣ୍ଡିରେ କମୁନି କୋରୋନା, ଆଉ ୬୬ ନୁଆଁ ଆକ୍ରାନ୍ତ ଚିହ୍ନଟ - kalahandi covid cases

କଳାହାଣ୍ଡିରେ କମୁନି କୋରୋନା, ଆଉ ୬୬ ନୁଆଁ ଆକ୍ରାନ୍ତ ଚିହ୍ନଟ

author img

By

Published : Nov 13, 2020, 3:18 AM IST

Updated : Nov 13, 2020, 3:24 AM IST

02:07 November 13

କଳାହାଣ୍ଡିରେ କମୁନି କୋରୋନା, ଆଉ ୬୬ ନୁଆଁ ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡିରେ କମୁନି କୋରୋନା, ଆଉ ୬୬ ନୁଆଁ ଆକ୍ରାନ୍ତ ଚିହ୍ନଟ

ଭାବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ପାଉଥିବା ବେଳେ ମୂଖ୍ୟତଃ ଭବାନୀପାଟଣା ସହରରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଥିବା କୁହାଯାଉଛି । ତେବେ ଏହି ସଂକ୍ରମଣ ବୃଦ୍ଧି ପ୍ରଶାସନ ପାଇଁ ପାଲଟିଛି ଚିନ୍ତାର କାରଣ । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ। 

ଗୁରୁବାର ଜିଲ୍ଲାରେ ଆଉ ୬୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନସୁଦ୍ଧା ଜିଲ୍ଲାରେ ପଜିଟିଭ ସଂଖ୍ୟା ୫ ହଜାରରୁ ଉର୍ଦ୍ଧ୍ବକୁ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩ ହଜାର ୧୪୬ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ୨ ହଜାର ୫୭୪ ଜଣ ଜିଲ୍ଲାର ବିଭିନ୍ନ କୋଭିଡ ହସ୍ପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସାଧୀନ ଅଛନ୍ତି । 

ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ଯାଇ କୋରୋନା ସର୍ଭେ ପ୍ରକ୍ରିୟା ଜାରି ରଖିଛନ୍ତି । 

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : Nov 13, 2020, 3:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.