ଭବାନୀପାଟଣା: ଟଙ୍କାରେ ଗରିବ ସିନା ହୃଦୟରୁ ସେ ଧନୀ । ବିପଦ ସମୟରେ ସରକାରଙ୍କ ସହଯୋଗ କରି ଅନ୍ୟ ପାଇଁ ସାଜିଛନ୍ତି ଉଦାହରଣ । ଯେଉଁଠି ଦି ଅଳି ଖାଇବା କଷ୍ଟ କରି ହୋଇପଡେ ସେଠି, ସେ ବି ଘଡିସନ୍ଧି ସମୟରେ ସରକାରଙ୍କୁ କୋରୋନା ମୁକାବିଲା ପାଇଁ 3 ହଜାର ଟଙ୍କା ଦାନ କରିଛନ୍ତି । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେଲି ସରାବହାଲି ଗାଁର 65 ବର୍ଷୀୟ ବସନ୍ତ କୁମାର ।
ପରିବାର କହିଲେ ସ୍ତ୍ରୀ ବୁଇ କୁମାର । ଦଦରା ମାଟି କାନ୍ଥ ଘର ବଖରାକୁ ନିଃସନ୍ତାନ । ଏସବୁ ଭିତରେ ସେ ଆଜି ନିଜର ବଡ ପଣିଆ ଦେଖାଇଛନ୍ତି । ସରକାରଙ୍କ ଠାରୁ ମିଳୁଥିବା ସରକାରୀ ମାସିକ ଭତ୍ତାରୁ 1 ହଜାର ଟଙ୍କା ଯୋଡି ମୋଟ 3 ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏମାନେ ଦାନ କରିଛନ୍ତି । ତାଙ୍କର ଏଭଳି ମହାନତା ପାଇଁ ସ୍ଥାନୀୟ ଅଞ୍ଚଳରେ ସଭିଁଙ୍କ ସାଧୁବାଦର ପାତ୍ର ହୋଇପାରିଛନ୍ତି ।
![ଦାନୀ ଆଗରେ ହାର ମାନିଲା ଦାରିଦ୍ର୍ୟତା](https://etvbharatimages.akamaized.net/etvbharat/prod-images/od-kld-06-donet-relif-found-avb-7203436_06042020233259_0604f_1586196179_746.jpg)
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ