ETV Bharat / state

କଳାହାଣ୍ଡିରେ ପୁଣି ଦିନକରେ ୪୮୨ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 27, 2021, 11:39 AM IST

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ସୋମବାର ଜିଲ୍ଲାରେ ପୁଣି ୪୮୨ ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୯ କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

କଳାହାଣ୍ଡିରେ ପୁଣି ଦିନକରେ ୪୮୨ କୋରୋନା ଆକ୍ରାନ୍ତ ଚିହ୍ନଟ
କଳାହାଣ୍ଡିରେ ପୁଣି ଦିନକରେ ୪୮୨ କୋରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଲାଣି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ । ସୋମବାର ଜିଲ୍ଲାରେ ପୁଣି ୪୮୨ ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୫୯୯କୁ ବୃଦ୍ଧି ପାଇଥିବାବେଳେ ଏବଂ ୭ ହଜାର ୨୪୧ ଜଣ ସୁସ୍ଥ ହୋଇଛନ୍ତି ।

ଏପଟେ ଜିଲ୍ଲାରେ ୩୭ ଜଣ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ୩ ହଜାର ୩୫୮ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.