ETV Bharat / state

କଳାହାଣ୍ଡିରେ ପୁଣି ଦିନକରେ 440 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 9, 2021, 8:15 PM IST

କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ରବିବାର ଜିଲ୍ଲାରେ ପୁଣି ୪୪୦ ଜଣ ନୁଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୭୨୭କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

440-new-corona-case-identified-in-kalahandi-in-one-day
କଳାହାଣ୍ଡିରେ ପୁଣି ଦିନକରେ 440 କୋରୋନା ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହୋଇଛି କୋରୋନାର ଦ୍ବିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଲାଣି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ।

ରବିବାର ଜିଲ୍ଲାରେ ପୁଣି ୪୪୦ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ୭୨୭କୁ ବୃଦ୍ଧି ପାଇଥିବାବେଳେ ଏବଂ ୯ ହଜାର ୧୧୩ ଜଣ ସୁସ୍ଥ ହୋଇଛନ୍ତି ।

ଏପଟେ ଜିଲ୍ଲାରେ ୪୧ ଜଣ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଥିବାବେଳେ ୬ ହଜାର ୬୧୪ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଜିଲ୍ଲାର ଜୁନାଗଡ଼ ଧର୍ମଗଡ଼ କେସିଙ୍ଗା ଆଦି ସହରରେ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର କୋଭିଡ ସର୍ଭେ ଜାରି ରହିଛି । ସେପଟେ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଙ୍ଗକୁ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.