ETV Bharat / state

ଗାଁରେ ଅଜଣା ରୋଗ ଆତଙ୍କ, ୨୦ ଦିନରେ ଗଲାଣି 4 ମୁଣ୍ଡ

author img

By

Published : Oct 3, 2021, 8:13 AM IST

କଳାହାଣ୍ଡି ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନେହେଲା ଗାଁରେ ଅଜଣା ରୋଗର ଆତଙ୍କ। ଗତ ୨୦ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟକୁ ନେଇ ଗ୍ରାମବାସୀ ଏବେ ଆତଙ୍କିତ । ତେବେ ସମସ୍ତେ ଜ୍ଵରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଗାଁରେ ଅଜଣା ରୋଗର ଆତଙ୍କ, ୨୦ ଦିନରେ ଗଲାଣି 4 ମୁଣ୍ଡ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ପଞ୍ଚାୟତ ନେହେଲା ଗାଁରେ ଅଜଣା ରୋଗର ଆତଙ୍କ। ଗତ୨୦ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟକୁ ନେଇ ଗ୍ରାମବାସୀ ଏବେ ଆତଙ୍କିତ । ତେବେ ସମସ୍ତେ ଜ୍ଵରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ଏବେବି ଗାଁ ରେ ୧୦ ଜଣ ଜ୍ଵରରେ ଆକ୍ରାନ୍ତ ଅଛନ୍ତି। ଏନେଇ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ୩୫ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ମ୍ୟାଲେରିଆରେ ଆକ୍ରାନ୍ତ ବୋଲି ଜଣାପଡ଼ିଛି।

ଏପଟେ ଶୁକ୍ରବାର ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ, ଏମଟିଏସ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏଲଟି ଟିମ ମଧ୍ୟ ଗାଁକୁ ଯାଇ ପୁନର୍ବାର ରକ୍ତ ନମୁନା ସଂଗ୍ରହ କରିଛନ୍ତି। ଏହା ସହ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡ଼ା ସମ୍ବିତ ବିଶ୍ବାଳଙ୍କ ନେତୃତ୍ବରେ ଏକ ମେଡିକାଲ ଟିମ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ ।

ଅନ୍ୟପଟେ ଗାଁର ଅନେକ ମହିଳା ଓ ଶିଶୁ ଏବେ ପୃଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତାର ଶିକାର ହୋଇଥିବା ଦେଖିବାକୁ ମିଳିଛି। ୪ ଜଣଙ୍କ ମୃତ୍ୟର କାରଣ ଖୋଜା ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍ବାସ୍ଥ୍ୟ ବିଭାଗ କୌଣସି ନିଷ୍କର୍ଷରେ ପହଞ୍ଚି ପାରିନାହିଁ । ଲୋକଙ୍କ ମଧ୍ୟରେ ଏବେ ମଧ୍ୟ ଅନ୍ଧ ବିଶ୍ବାସ ଭରି ରହିଛି। ଲୋକେ ସ୍ବାସ୍ଥ୍ୟସେବା ବଦଳରେ ଗୁଣି ଗାରେଡି ଉପରେ ବିଶ୍ବାସ କରୁଥିବା ଦେଖିବାକୁ ମିଳୁଛି। ଆଉ ଏସବୁ ଭିତରେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟ ଦକ୍ଷତା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.