ETV Bharat / state

ପ୍ରଥମ ଥର ପାଇଁ ସ୍କୁଲ ମାଟି ମାଡିଲେ ତୁର୍କା ଗାଁର ୪ ଝିଅ - କଳାହାଣ୍ତି ଖବର

ପ୍ରଥମ ଥର ପାଇଁ ସ୍କୁଲ ଗଲେ ତୁର୍କା ଗାଁର ୪ ଜଣ ଝିଅ । ଭଟାଙ୍ଗପଦର ସ୍କୁଲ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଧିକ ପଢନ୍ତୁ

ପ୍ରଥମ ଥର ପାଇଁ ସ୍କୁଲ ମାଟି ମାଡିଲେ ତୁର୍କା ଗାଁର ୪ ଝିଅ

author img

By

Published : Jul 30, 2022, 9:51 PM IST

ଭବାନୀପାଟଣା: ଆଜିବି ଆମ ରାଜ୍ୟରେ ଏମିତି କିଛି ଗାଁ ରହିଛି । ଯେଉଁଠାରେ ସରକାରଙ୍କ ବିକାଶର ଗାଡି ପହଞ୍ଚି ପାରିନି । ଶିକ୍ଷା ସେମାନଙ୍କ ପାଇଁ ଦିନେ ସ୍ବପ୍ନ ଥିଲା । ସେହି ଗାଁର କୈଣସି ଝିଅ ସ୍କୁଲ ମାଟି ମାଡି ନଥିଲେ । ହେଲେ ଗଣମାଧ୍ୟମରେ ଏ ଖବର ପ୍ରସାରିତ ହେବା ପରେ ଗାଁରେ ପହଞ୍ଚି ଥିଲେ ବିଭାଗୀୟ ଅଧିକାରୀ । ଜିଲ୍ଲା ଶିକ୍ଷା ବିଭାଗର ଏକ ଟିମ ତୁର୍କାଗାଁରେ ପହଞ୍ଚି କରିଥିଲା କାଉସେଲିଂ । ଯାହା ଫଳରେ ପ୍ରଥମ ଥର ପାଇଁ ସ୍କୁଲ ଗଲେ ତୁର୍କା ଗାଁର ୪ ଜଣ ଝିଅ ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତରେ ରହିଛି ତୁର୍କାଗାଁ । ଗାଁ ବସତି ସ୍ଥାପନ କରିବାର ଶହେ ବର୍ଷ ବିତିଯାଇଛି। ଗାଁଠାରୁ ୮ କିମି ଦୂର ଯୁବା ଗାଁରେ ପ୍ରାଥମିକ ବିଦ୍ୟାଳୟ ରହିଥିଲେ ମଧ୍ୟ ତୁର୍କା ଗାଁର ଜଣେ ବି ଝିଅ ସ୍କୁଲରେ ପାଠ ପଢ଼ିନଥିବା କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲା । ଏହାପରେ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ବିଭାଗର ଏକ ଟିମ ତୁର୍କାଗାଁରେ ପହଞ୍ଚି ତଦନ୍ତ କରିଥିଲେ ।

ଏହାସହ ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ପରେ ଗାଁର ୪ ଜଣ ଝିଆ ପ୍ରଥମ ଥର ପାଇଁ ସ୍କୁଲ ଯିବାକୁ ରାଜି ହୋଇଥିଲେ। ଆଜି ୪ ଜଣ ଝିଅ ପଦ୍ମା ମାଝୀ, ଦଇମନ୍ତି ମାଝୀ, ଜନତି ମାଝୀ ଓ ଗୀତା ମାଝୀଙ୍କ ନାଁ ଭଟାଙ୍ଗପଦର ଆବାସିକ ବିଦ୍ୟାଳୟରେ ଲେଖାଯାଇଥିଲା। ଏହାପରେ ଆଜି ସ୍କୁଲରେ ପ୍ରଥମ ଥର ପାଇଁ ସ୍କୁଲ ପିଣ୍ଡା ମାରିଛନ୍ତି ତୁର୍କା ଗାଁର ଝିଅ। ସେମାନଙ୍କୁ ଭଟାଙ୍ଗପଦର ସ୍କୁଲ ଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଘଟଣା ଜାଣିବା ପରେ ରାଜ୍ୟସଭା ସାଂସଦ ମୁଜିତ କୁମାର ଦୁର୍ଗମ ତୁର୍କା ଗାଁର ୪ ଆଦିବାସୀ ଝିଅଙ୍କ ପାଠପଢ଼ା ସମେତ ଅନ୍ୟାନ୍ୟ ଖର୍ଚ୍ଚ ବହନ କରିବେ ବୋଲି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.