ETV Bharat / state

କଳାହାଣ୍ଡି ଅବକାରୀ ବିଭାଗର ଦ୍ବାରା ୪ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ - କଳାହାଣ୍ଡି ୪ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ

ବଲାଙ୍ଗୀରରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ କଳାହାଣ୍ଡି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ବାରା ୪ ଅଭିଯୁକ୍ତ ଗିରଫ । ୨୫ କେଜି ଗଞ୍ଜେଇ ସହ ବାଇକ ଓ ସ୍କୁଟି ଜବତ । ଅଧିକ ପଢନ୍ତୁ...

4 ganja smuggler arested by kalahandi excise departmet special squard
କଳାହାଣ୍ଡି ଅବକାରୀ ବିଭାଗର ଦ୍ବାରା ୪ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ
author img

By

Published : Nov 26, 2020, 2:52 AM IST

ଭବାନୀପାଟଣା:ବଲାଙ୍ଗୀରରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ କଳାହାଣ୍ଡି ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଦ୍ବାରା ୪ ଅଭିଯୁକ୍ତ ଗିରଫ । ୨୫ କେଜି ଗଞ୍ଜେଇ ସହ ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ।

କଳାହାଣ୍ଡି ଅବକାରୀ ବିଭାଗର ଦ୍ବାରା ୪ ଗଞ୍ଜେଇ ଚୋରାଚାଲାଣକାରୀ ଗିରଫ

ସୂଚନା ଅନୁଯାୟୀ ବୁଧବାର ଅପରାହ୍ନରେ ବଲାଙ୍ଗୀରରୁ ମଧ୍ୟପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ ଧର୍ମଗଡ଼ ଅଞ୍ଚଳରେ ଡେରା ପକାଇଥିଲେ । ଏହି ସମୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଛିଲିପା ଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଦୁଇଟି ଗାଡ଼ିରେ ଚାରିଜଣ ଏହି ଗଞ୍ଜେଇ ନେଉଥିବା ଜାଣିପାରି ଅଟକାଇ ଥିଲେ।ସେଠାରେ ସେହି ଦୁଇଟି ଗାଡ଼ିରେ ୨୫ କେଜି ଗଞ୍ଜେଇ ଥିବା ଜଣାପଡିଥିଲା । ଏବଂ ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ଅବକାରୀ ବିଭାଗ ।

ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ବେଳେ ସମସ୍ତେ ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରୁ ବୋଲି ଜଣାପଡିଛି । ସେମାନେ ହେଲେ ବିକାଶ ବୈରାଗୀ ,ନଜମା ବେଗମ, ଛୋଟୁ ସିଂ ଏବଂ ସଂଜୁ ଉଇକେ।ଜବତ ଗଞ୍ଜେଇର ମୁଲ୍ୟ ପ୍ରାୟ ୧ ଲକ୍ଷ ୧୦ ହଜାର ଟଙ୍କା ବୋଲି ଜଣାପଡିଛି । ଏହି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

କଳାହାଣ୍ଡିରୁ ଅଜିତ ସିଂ,ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.