ETV Bharat / state

ଦିନକରେ ୩୯୪ କୋଭିଡ ଆକ୍ରାନ୍ତ ଚିହ୍ନଟ

author img

By

Published : May 3, 2021, 8:56 PM IST

କଳାହାଣ୍ଡି ଜିଲ୍ଲାରେ ତାଣ୍ଡବ ରଚୁଛି କୋରୋନାର ଦ୍ୱିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବା ବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଳଟିଲାଣି । ଅଧିକ ପଢନ୍ତୁ...

ଦିନକରେ ୩୯୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ
ଦିନକରେ ୩୯୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ତାଣ୍ଡବ ରଚୁଛି କରୋନାର ଦ୍ୱିତୀୟ ଲହର । ଲୋକାଲରେ ରୋଗୀଙ୍କ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେଉଥିବା ବୁଦ୍ଧିଜୀବୀ କହୁଥିବାବେଳେ ପ୍ରଶାସନ ପାଇଁ ଏହା ଏବେ ଚିନ୍ତାର କାରଣ ପାଳଟିଲାଣି । ସେପଟେ ସାଧାରଣ ଲୋକେ ମଧ୍ୟ ଏନେଇ ଆତଙ୍କିତ ହୋଇପଡିଛନ୍ତି ।

ଦିନକରେ ୩୯୪ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ

ସୋମବାର ଜିଲ୍ଲାରେ ପୁଣି ୩୯୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨ ହଜାର ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ହଜାର ୨୪୧ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୩୭ ଜଣ ବ୍ୟକ୍ତିଙ୍କ କରୋନାରେ ମୃତୁ ହୋଇଥିବା ବେଳେ ୪ ହଜାର ୮୦୪ ଜଣ ଆକ୍ରାନ୍ତ ବ୍ୟକ୍ତି କୋଭିଡ ହସ୍ପିଟାଲ ଓ ହୋମ କ୍ବାରେଣ୍ଟାଇନରେ ଚିକିତ୍ସିତ ହେଉଥିବା ଜଣା ପଡିଛି । ସମସ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ଜିଲ୍ଲାର ଜୁନାଗଡ଼ ଧର୍ମଗଡ଼ କେସିଙ୍ଗା ଆଦି ସହରରେ ପ୍ରଶାସନ ପକ୍ଷରୁ ଡୋର ଟୁ ଡୋର କୋଭିଡ ସର୍ଭେ ଜାରି ରହିଛି । ସେପଟେ ଜିଲ୍ଲାର ସମସ୍ତ ପ୍ରବେଶ ପଥରେ ଚେକିଙ୍ଗକୁ କଡାକଡି କରାଯାଇଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.