ETV Bharat / state

୩ ବର୍ଷ ବୟସରେ କଳାହାଣ୍ଡି ଝିଅର ଇଣ୍ଡିଆ ବୁକ ଅଫ ରେକର୍ଡ

author img

By

Published : Sep 30, 2021, 11:15 AM IST

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଲେ ୩ ବର୍ଷର ଝିଅ ଆରାଧନା । ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୩ ବର୍ଷର ଝିଅ

ଭବାନୀପାଟଣା: ତୁଳସୀ ଦୁଇ ପତ୍ରରୁ ବାସିବା ପରି ପିଲାଟି ବେଳୁ ଚମକ ଦେଖାଇଛନ୍ତି କଳାହାଣ୍ଡିର ୩ ବର୍ଷର କୁନି ଝିଅ ଆରାଧନା ରାଉତ ।

ନିଜ ପ୍ରତିଭା ବଳରେ ସେ ଆଜି ଇଣ୍ଡିଆ ବୁକ ଅଫ ରେକର୍ଡରୁ ପ୍ରଶଂସିତ ହୋଇଛନ୍ତି । ଗତ ଅଗଷ୍ଟ ମାସରେ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ହୋଇଥିବା ପ୍ରତିଯୋଗିତାରେ ଭାଗ ନେଇଥିଲେ ଆରାଧନା । ବିଭିନ୍ନ ଦେଶର ଜାତୀୟ ପତାକା, ମାନବ ଶରୀରର ବିଭିନ୍ନ ଅଙ୍ଗ, କମ୍ପ୍ୟୁଟରର ବିଭିନ୍ନ ଅଂଶ, ଅନେକ ସ୍ୱାଧୀନତା ସଂଗ୍ରାମୀ, ଐତିହାସିକ ସ୍ଥାନ ଜାତୀୟ ଚିହ୍ନର ନାମ ତଥା ବିଭିନ୍ନ ବିଷୟରେ ୨୫ ଗୋଟି ସାଧାରଣ ଜ୍ଞାନ ପ୍ରଶ୍ନର ଉତ୍ତର ଓ ବିପରୀତ ଶବ୍ଦ ଆଦି ବିଭିନ୍ନ ପ୍ରଶ୍ନର ନିର୍ଭୁଲ ଉତ୍ତର ଦେଇ ଇଣ୍ଡିଆ ବୁକ ଅଫ ରେକର୍ଡରେ କୃତକାର୍ଯ୍ୟ ହୋଇଛନ୍ତି ।

ମାତ୍ର ୩ ବର୍ଷ ବୟସରେ ଆରାଧନା ଏହି ସମ୍ମାନର ଅଧିକାରୀ ହୋଇଥିବାରୁ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଅନେକ ମଧ୍ୟ ଆରାଧନାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.