ETV Bharat / state

ଅଶୁଭ ରବିବାର, ରାଜପଥରେ ଚାଲିଗଲା ୩ ଜୀବନ - ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ

କଳାହାଣ୍ଡିରେ ପୃଥକ ପୃଥକ ଦୁର୍ଘଟଣା। ଏହି ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ ହେବାସହ 1 ଜଣେ ଗୁରୁତର ହୋଇଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି
author img

By

Published : Sep 1, 2019, 3:10 PM IST

କଳାହାଣ୍ଡି: ବସ ଧକ୍କାରେ ନାବାଳକର ମୃତ୍ୟୁ। ଏହି ଦୁର୍ଘଟଣାଟି କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥରେ ଘଟିଛି। ତେବେ ଜୟପାଟଣାରୁ ବଲାଙ୍ଗୀର ଯାଉଥିବା ଏକ ଘରୋଇ ବସ ମଥୁରା ୧୩ ବର୍ଷର ନାବାଳକ ଉପରେ ଚଢିଯିବା ଫଳରେ ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଛି । ମୃତ ବାଳକ ଜଣକ ମଥୁରା ଗ୍ରାମର ଧର୍ମାନନ୍ଦ ବଗର୍ତ୍ତି। ଘଟଣାକୁ କେନ୍ଦ୍ରକରି ଗାଁ ଲୋକେ ଟାୟାର ଜାଳି ଜାତୀୟ ରାଜପଥ ୨୬ ବରଗଡ଼-ବୋରିଗୁମା ରାସ୍ତା ଅଵରୋଧ କରିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କଳାହାଣ୍ଡି

ସେହିପରି ବିଳମ୍ବିତ ରାତିରେ ବସକୁ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ଦୁଇ ଯୁବ ଆରୋହୀଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ମୃତ ଯୁବକ ହେଲେ କୋକସରା ବ୍ଲକ ପାଣିଗାଁ ପୂର୍ଣ୍ଣଚନ୍ଦ୍ର ନାଏକ, ଜୟପାଟଣା ବ୍ଲକ ପାଣ୍ଡ୍ରିପଖାନ ଗାଁର ଖିରସିନ୍ଧୁ ଧରୁଆ ଓ ଗୁରୁତର ଜଣକ ପିଣ୍ଟୁ ପଟ୍ଟନାୟକ।

ତେବେ ମୃତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି । ତେଣୁ ତାଙ୍କ ପୁଅଙ୍କୁ ହୋମଗାର୍ଡରେ ନିଯୁକ୍ତି ଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରି କୋକସରା ପୋଲିସ ଷ୍ଟେସନ ନିକଟ ଜାତୀୟ ରାଜପଥ ଅବରୋଧ କରି କରିଛନ୍ତି।

ଘଟଣାସ୍ଥଳରେ କୋକସରା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ଓ କୋକସରା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପହଞ୍ଚି ମୃତ ହୋମଗାର୍ଡର ପୁଅକୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି।

କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ

Intro:କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ ଜୁନାଗଡ ଥାନା ଅନ୍ତର୍ଗତ ମଥୁରା ଗାଁ ଛକ ନିକଟରେ ବସ ଚାପରେ ନାବାଳକ ମୃତ। ଜୟପାଟଣା ରୁ ବଲାଙ୍ଗୀର ଯାଉଥିବା ଏକ ଘରୋଇ ବସ ମଥୁରା ରେ ୧୩ ବର୍ଷ ର ବାଳକ ଉପରେ ଚଢିଯିବା ଫଳରେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଯାଇଛି । ମୃତ ବାଳକ ଜଣକ ମଥୁରା ଗ୍ରାମର ଧର୍ମାନନ୍ଦ ବଗର୍ତ୍ତି।ସକାଳୁ ଫୁଲତୋଳି ଘରକୁ ଫେରୁଥିବା ବେଳେ ଚାପିଦେଲା ବସ। ମୃତଦେହ ରଖି ଗାଁ ଲୋକଙ୍କ ଟାୟାର ଜାଳି ଜାତୀୟ ରାଜପଥ ୨୬ ବରଗଡ଼-ବୋରିଗୁମା ରାସ୍ତା ଅଵରୋଧ କରିବା ସହ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। Body:ସେହିପରି ବିଳମ୍ବିତ ରାତିରେ ବସ କୁ ଓଭରଟେକ କରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଯୁବକ ମୃତ। ଜଣେ ଗୁରୁତର। ମୃତ ଯୁବକ ହେଲେ କୋକସରା ବ୍ଲକ ପାଣିଗାଁ ପୂର୍ଣ୍ଣଚନ୍ଦ୍ର ନାଏକ ଓ ଜୟପାଟଣା ବ୍ଲକ ପାଣ୍ଡ୍ରିପଖାନ ଗାଁର ଖିରସିନ୍ଧୁ ଧରୁଆ ଗୁରୁତର ଜଣକ ପିଣ୍ଟୁ ପଟ୍ଟନାୟକ। ମୃତକ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଓ ଆଇ ଆର ବି ପୋଲିସ ରେ ଥିବା ଜଣେ ଯବାନ ଖୀରସିନ୍ଧୁ ର ମୃତ୍ୟୁ ହୋଇଥିବା ବେଳେ ପିଣ୍ଟୁ ଗୁରୁତର ଥିବା ଜଣା ପଡ଼ିଛି। ତେବେ ମୃତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘରର ଏକମାତ୍ର ରୋଜଗାର କ୍ଷ ମ Conclusion:ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପୁଅ ଙ୍କୁ ହୋମଗାର୍ଡ ରେ ନିଯୁକ୍ତି ଦେବା ପାଇଁ ପରିବାର ଓ ଗ୍ରାମବାସୀ ମାନେ ଶବ ବ୍ୟବଚ୍ଛେଦ ପରେ ଜାତୀୟ ରାଜପଥ କୁ କୋକସରା ପୋଲିସ ଷ୍ଟେସନ ନିକଟରେ ଅବରୋଧ କରି ନିଯୁକ୍ତି ଦାବି କରିଛନ୍ତି। ଘଟଣାସ୍ଥଳ ରେ କୋକସରା ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ଶବର ଓ କୋକସରା ଥାନା ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପହଂଚି ମୃତ ହୋମଗାର୍ଡ ର ପୁଅ କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.