ETV Bharat / state

କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା, ଆକାଉଣ୍ଟାଣ୍ଟଙ୍କ ୩ ସହଯୋଗୀ ଗିରଫ - କଳାହାଣ୍ଡି ଖବର

କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଆକାଉଣ୍ଟାଣ୍ଟଙ୍କ ୩ ସହଯୋଗୀ ଗିରଫ । ଭବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲାରେ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ୩ ସହଯୋଗୀ ଗିରଫ । ଅଧିକ ପଢନ୍ତୁ

ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା
ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା
author img

By

Published : Oct 20, 2022, 6:58 PM IST

Updated : Oct 20, 2022, 11:06 PM IST

ଭବାନୀପାଟଣା: କଳାହାଣ୍ଡିରେ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସକେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ହଡପ । ଶିକ୍ଷକଙ୍କ ଦରମା ହଡପ କରି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ହୋଇଯାଇଛନ୍ତି । ଏହି ଘଟଣାକୁ ନେଇ ଆକ୍ସନ ମୋଡରେ ଜିଲ୍ଲା ପୋଲିସ । ଆଜି ପର୍ଯ୍ୟନ୍ତ ପୋଲିସ ସୂଚୀସ୍ମିତାଙ୍କୁ ଧରିବାରେ ସଫଳ ହୋଇନଥିବା ବେଳେ ତାଙ୍କ ୩ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ ।

ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଦରମା ହଡ଼ପ ମାମଲା

ବୁଧବାର ଏହି ଘଟଣା ନେଇ ଟାଉନ ଥାନା ପୋଲିସ ୩ଜଣଙ୍କୁ ରାତି ଅଧିଆ ଉଠାଇ ଆଣିଥିଲା । ଏହାପରେ ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ ଅର୍ଥ ହେରାଫେରରେ ସମ୍ପୃକ୍ତି ଥିବା ଜାଣି ତିନି ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି । ଗିରଫ କରାଯାଇଥିବା ତିନି ଜଣ ହେଉଛନ୍ତି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ଭିଣେଇ ବରଗଡ଼ ଅମ୍ବାପାଲିର ଗଙ୍ଗାଧର ପୁଝାରୀ ଓ ସୂଚୀସ୍ମିତାଙ୍କ ଦୁଇଜଣ ସହଯୋଗୀ ଭବାନୀପାଟଣା ସହରର ଶିକ୍ଷକ ଗୋପାଳକୃଷ୍ଣ ଦାସ ଓ ପୂର୍ଣ୍ଣଶଶି ମହାନ୍ତି । ଏହି ୩ ଜଣ ସୂଚୀସ୍ମିତାଙ୍କ ଟଙ୍କା ହଡ଼ପ ଘଟଣାରେ ସମ୍ପୃକ୍ତି ଥିବା ନେଇ ପୋଲିସ ସୁରାକ୍ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଅନିଶ୍ଚିତତା ମଧ୍ୟରେ ଏକ୍ସକେଡ଼ର ଶିକ୍ଷକ, ସାମ୍ନାକୁ ଆସିଲା ସୂଚିସ୍ମିତାଙ୍କ ଫେରାର ସମୟର ଭିଡିଓ

ଅନ୍ୟପକ୍ଷରେ, ଭିଜିଲାନ୍ସ ବିଭାଗ ଆକ୍ସିସ ବ୍ୟାଙ୍କର ଭୁବନେଶ୍ବର କାର୍ଯ୍ୟାଳୟ ସହ ଯୋଗାଯୋଗ କରି ବ୍ୟାଙ୍କରୁ ବିଭିନ୍ନ ତଥ୍ୟ ମାଗିଥିବା ଜଣାପଡ଼ିଛି । ସେହିଭଳି ରେଜିଷ୍ଟ୍ରେସନ ଅଫିସରେ ସୂଚୀସ୍ମିତାର ବିଭିନ୍ନ ଜମିର ରେଜିଷ୍ଟ୍ରେସନ ବାବଦକୁ ତଥ୍ୟ ମଗା ଯାଇଛି । ଗୋଟିଏ ପ୍ଲଟ୍‌ର ତଥ୍ୟ ଭିଜିଲାନ୍ସର ହସ୍ତଗତ ହୋଇଥିବାବେଳେ ଅନ୍ୟ ପାଇଁ ଉଦ୍ୟମ ଜାରି ରହିଛି । ସେହିପରି ହିଲ ଟାଉନରେ ଥିବା ପ୍ଲଟ୍ ନମ୍ବର ଉପରେ ଭିଜିଲାନ୍ସର ଖୋଳତାଡ଼ ଆରମ୍ଭ କରିଛି । ଅନ୍ୟପକ୍ଷରେ, ଫେରାର ଥିବା ସୂଚୀସ୍ମିତାକୁ ଠାବ କରିବାପାଇଁ ଟାଉନ ଥାନା ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଭବନୀପାଟଣା ବ୍ଲକରେ କାର୍ଯ୍ୟରତ ୧୭୧ ଜଣ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଆସିବାରେ ବିଳମ୍ବ ହେବାରୁ ଶିକ୍ଷକ ମାନେ ଯାଇ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଦରମା ବିଳମ୍ବ ହେବା ନେଇ ଅଭିଯୋଗ କରିବା ପରେ ଦରମା ପ୍ରଦାନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କୁ ଏନେଇ ପଚାରି ବୁଝିଥିଲେ । ତେବେ ଦରମା ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଯାଇଥିବା ସୂଚୀସ୍ମିତା କହିବା ପରେ ଶିକ୍ଷକ ମାନେ ବ୍ୟାଙ୍କକୁ ଯାଇ ସେଠାରେ ଯାଞ୍ଚ କରିଥିଲେ । ମାତ୍ର ୪୮ ଜଣ ଶିକ୍ଷକଙ୍କ ଦରମା ବ୍ୟାଙ୍କରେ ଜମା ହୋଇଥିବା ବେଳେ ଅନ୍ୟ ଶିକ୍ଷକଙ୍କ ଦରମା ଜମା ହୋଇନଥିବା ନେଇ ବ୍ୟାଙ୍କ ସୂତ୍ରରୁ ଜଣାପଡିଥିଲା । ଅବସର ପ୍ରାପ୍ତ ବିଇଓ ଜଗନ୍ନାଥ ପୁରୋହିତଙ୍କ ସିଗନେଚର ଜାଲ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ନିଜପଟୁ ମାମଲା ରୁଜ୍ଜୁ କରିଥିଲେ ଅବସର ପ୍ରାପ୍ତ ବିଇଓ ଜଗନ୍ନାଥ ପୁରୋହିତ ।

ଇଟିଭି ଭାରତ, କଲାହାଣ୍ଡି

Last Updated : Oct 20, 2022, 11:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.