ଭବାନୀପାଟଣା: ତାମିଲନାଡୁ ୨୨ ଓଡିଆ ଦାଦନ ଶ୍ରମିକଙ୍କ ସଲୀଳ ସମାଧି। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ଗ୍ରାମର ଦୁଇ ଦାଦନ ଶ୍ରମିକଙ୍କ ତାମିଲନାଡୁରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ମୃତକ ଦୁଇ ଜଣ ହେଲେ ପ୍ରମିଳା ଚାନ୍ଦି ଓ ମଦନା ବତୀ ଚାନ୍ଦି। ଉଭୟ ସମ୍ପର୍କରେ ଦୁଇ ଭଉଣୀ।
ସୂଚନା ଅନୁୟାୟୀ, ଗତ ଜାନୁଆରୀ ମାସରେ ଦୁଇ ଭଉଣୀ ପରିବାର ସହ ତାମିଲନାଡୁ ଯାଇ ଏକ ଇଟା ଭାଟିରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଇଟା ଭାଟିରେ କାମ କରୁଥିବା ଅବସ୍ଥାରେ ଭାଟିରେ ଚାପି ହୋଇ ଏମାନଙ୍କ ମୃତ୍ୟୁ ହୋଇଥିବା ପରିବାର ବର୍ଗ ସୂଚନା ଦେଇଛନ୍ତି।
ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଘଟଣାକୁ ନେଇ ଗୋଲାମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
କଳାହାଣ୍ଡିରୁ ଅଜିତ୍ ସିଂ, ଇଟିଭି ଭାରତ