ଭବାନୀପାଟଣା: ଶନିବାର କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୃଥକ ପୃଥକ ଅଘଟଣ । ଗୋଟିଏ ଦିନରେ ଝଡି ପଡିଲା ୨ ଜୀବନ । ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକ ଦଶପୁର ଗାଁର ଘନଶ୍ୟାମ ମେହେର ନିଜ ଗ୍ୟାରେଜକୁ ପ୍ରତ୍ୟେକ ଦିନ ଭଳି ଗତକାଲି(ଶନିବାର) ମଧ୍ୟ ଯାଇଥିଲେ । ହେଲେ ଗ୍ୟାରେଜ ଖୋଲିବା ପରେ ଫ୍ୟାନ ନ ଚାଲିବାରୁ ନିଜେ ଫ୍ୟାନ ସଜାଡୁ ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ନିକଟରେ ଥିବା କିଛିଲୋକେ ଦେଖି ତାଙ୍କୁ ତୁରନ୍ତ ଧର୍ମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି କୋକସରା ବ୍ଲକ ଛିଲିପାମାଲ ଗାଁର ଅମିତ ପାଣିଗ୍ରାହୀ ସନ୍ଧ୍ୟା ସମୟରେ ନିଜ ଚାଷ ଜମିକୁ ଯାଇଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେପଟେ କଳାହାଣ୍ଡି ପୋଲିସ ଉଭୟ ଘଟଣାରେ ପୃଥକ ପୃଥକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ କରିଛି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ