ETV Bharat / state

କଳାହାଣ୍ଡିରେ ଆଉ 2 କୋରୋନା ପଜିଟିଭ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା

author img

By

Published : May 24, 2020, 2:11 PM IST

Updated : May 24, 2020, 3:17 PM IST

ଗତ 12 ତାରିଖରେ ପଶ୍ଚିମବଙ୍ଗରୁ କଳାହାଣ୍ଡିକୁ ଫେରିଥିବା ଉଭୟ ମାଆ ଏବଂ ଝିଅ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ....

କଳାହାଣ୍ଡି ଜିଲ୍ଲାରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

କଳାହାଣ୍ଡି: ଜିଲ୍ଲାର ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମସିରେ ଥିବା ୨ ଜଣ ମହିଳାଙ୍କ ସ୍ୱାବ ନମୁନା କୋରୋନା ପଜିଟିଭ ଆସିଛି । ସମ୍ପର୍କରେ ଉଭୟ ମାଁ ଏବଂ ଝିଅ । ମା'ଙ୍କ ବୟସ ୪୪ ବର୍ଷ ଏବଂ ଝିଅଙ୍କ ବୟସ ୧୯ ବର୍ଷ ଥିବାବେଳେ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା ।

କଳାହାଣ୍ଡିରେ ଆଉ 2 କୋରୋନା ପଜିଟିଭ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା

ଗତ ୧୨ ତାରିଖରେ ସେମାନେ ପଶ୍ଚିମବଙ୍ଗରୁ ଟ୍ରେନ ଯୋଗେ ସମ୍ବଲପୁର ଆସି ସେଠାରୁ ଭବାନୀପାଟଣାରେ ପହଞ୍ଚିଥିଲେ । ଏହାପରେ ଉଭୟ ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମସିରେ କ୍ୱାରେଣ୍ଟାଇନରେ ଥିଲେ । ସେମାନଙ୍କ ପଜିଟିଭ ବାହାରିବା ପରେ ଉଭୟଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଆଜିର 2 ପଜିଟିଭ ମାମଲା ସହ ଜିଲ୍ଲାରେ ମୋଟ ପଜିଟିଭ ସଂଖ୍ୟା ୧୫ରେ ପହଞ୍ଚିଛି ।

ତେବେ ସେମାନଙ୍କ ମଧ୍ୟରୁ ପ୍ରଥମେ ୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩ ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated : May 24, 2020, 3:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.