ETV Bharat / state

ଇଣ୍ଡିଆ ବୁକ ଅଫ ରେକର୍ଡରେ ଝାରସୁଗୁଡା ଝିଅ ଦୀପ୍ତି, ଆଖିରେ ପଟିବାନ୍ଧି କରୁଛନ୍ତି କମାଲ - ଇଣ୍ଡିଆ ବୁକ ଅଫ ରେକର୍ଡ

ଦୀପ୍ତି ଆଖିରେ କଳା କପଡା ବାନ୍ଧି ମାତ୍ର ୩.୫୪ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଏପରି ଜଣେ ବିସ୍ମୟ ବାଳିକା ହେଉଛନ୍ତି ଝାରସୁଗୁଡା ବାସିନ୍ଦା । ସେ ତୃତୀୟ ଶ୍ରେଣୀ ପାଠ ପଢନ୍ତି ।

wonder
author img

By

Published : Oct 18, 2019, 8:30 PM IST

ଝାରସୁଗୁଡା: ଇଣ୍ଡିଆ ବୁକ ଅଫ ରେକର୍ଡରେ ଝାରସୁଗୁଡା କୁନି ଝିଅର ସଫଳତା । ଏଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ବେଶ ଉତ୍ସାହିତ । ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ବାରା ସବୁ ସମ୍ଭବ ହୋଇପାରିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଝାରସୁଗୁଡାର କୁନି ଝିଅ ଦୀପ୍ତି ଶର୍ମା।

ଆଖିରେ କଳା କପଡା ବାନ୍ଧି A ରୁ Z ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡ କଲେ ଦୀପ୍ତି

ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଦୀପ୍ତି ଆଖିରେ କଳା କପଡା ବାନ୍ଧି ମାତ୍ର ୩.୫୪ ସେକେଣ୍ଡରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଆଗକୁ ଗିନିଜ ବୁକ ଓଫ ରେକର୍ଡରେ ସ୍ଥାନ ପାଇବା ପାଇଁ ପରିଶ୍ରମ ଜାରି ରଖିଛନ୍ତି ।

ଦୀପ୍ତିଙ୍କ ବାପା ମା' ସହରର ମଙ୍ଗଲବଜାର ଅଞ୍ଚଳରେ ରହୁଛନ୍ତି। ବର୍ତ୍ତମାନ ଦୀପ୍ତି ଝାରସୁଗୁଡା ସହରରେ ଥିବା ମାଇ କିଡ୍ଜ ସ୍କୁଲରେ 3ୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ଛାତ୍ରୀଙ୍କ ପାଖରେ ରହିଛି ଅଲୌକିକ କଳା। ଆଖିରେ ପଟି ବାନ୍ଧି କମ୍ପ୍ୟୁଟରରେ ଟାଇପ ଅତିସହଜରେ କରିପାରନ୍ତି। ଗତ ଅଗଷ୍ଟ 3ତାରିଖରେ ଇଂରାଜୀ ଆଲଫାବେଟ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡରେ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

ଦିପ୍ତୀ ଏନେଇ ତାଲିମ ନେଇ ନଥିବା ବେଳେ କେବଳ ନିଜର ଗୁରୁଜନ ଓ ବାପା ମା'ଙ୍କ ପ୍ରେରଣା ପାଇଁ ସଫଳତା ପାଇଛନ୍ତି ବୋଲି କହିଛନ୍ତି । ଦୃଢ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରୁଥିବା କହିଛନ୍ତି ମାଇ କିଡ୍ଜର ପ୍ରିନ୍ସିପାଲ ବିକାଶ କେଡିଆ । ଆଗକୁ ଦୀପ୍ତି କିଭଳି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ସେନେଇ ପ୍ରୟାସ ଜାରି ରହିଥିବା କହିଛନ୍ତି । ଅନ୍ୟପଟେ ଦିପ୍ତୀଙ୍କୁ ଜଣେ ବିସ୍ମୟ ବାଳିକା କହିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ଝାରସୁଗୁଡାରୁ ରବି ନାରୟାଣ ସାହୁ, ଇଟିଭି ଭାରତ

Intro:ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ଝାରସୁଗୁଡ଼ାର କୁନିଝିଅର ସଫଳତା । ଏଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ବେଶ ଉତ୍ସାହିତ । ଚେଷ୍ଟା, ପରିଶ୍ରମ ଏବଂ ପ୍ରଶିକ୍ଷଣ ଦ୍ୱାରା ସବୁ ସମ୍ଭବ ହୋଇପାରିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଝାରସୁଗୁଡ଼ାର କୁନି ଝିଅ ଦୀପ୍ତି ଶର୍ମା। ତୃତୀୟ ଶ୍ରେଣୀ ପାଠପଢ଼ୁଥିବା ଦୀପ୍ତି ଆଖିରେ କଳାକପଡ଼ା ବାନ୍ଧି ମାତ୍ର ୩.୫୪ ସେକେଣ୍ଡ ରେ A ରୁ Z ପର୍ଯ୍ୟନ୍ତ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇସାରିଥିବା ବେଳେ ଆଗକୁ ଗିନିଜ ବୁକ ଓଫ ରେକର୍ଡ଼ ରେ ସ୍ଥାନ ପାଇବା ପାଇଁ ପରିଶ୍ରମ ଜାରି ରଖିଛନ୍ତି । ଦୀପ୍ତିଙ୍କ ତାଙ୍କ ବାପା ମା ଦୀର୍ଘଦିନ ହେଲା ଝାରସୁଗୁଡା ସହରରେ ମଙ୍ଗଲବଜାର ଅଞ୍ଚଳରେ ରହୁଛନ୍ତି। ବର୍ତ୍ତମାନ ଦୀପ୍ତି ଝାରସୁଗୁଡା ସହର ରେ ଥିବା my kidz ସ୍କୁଲରେ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଏହି ଛାତ୍ରୀଙ୍କ ପାଖରେ ରହିଛି ଅଲୌକିକ କଳା। ଆଖିରେ ପଟିବାନ୍ଧି କମ୍ପ୍ୟୁଟର ରେ ଟାଇପ ଅତିସହଜରେ କରିପାରନ୍ତି। ଗତ ଅଗଷ୍ଟ 3 ତାରିଖରେ ଇଂରାଜୀ ଆଲଫାବେଟ A ରୁ Z ପର୍ଯ୍ୟନ୍ତ ମାତ୍ର ୩.୫୪ ସେକେଣ୍ଡ ରେ ଟାଇପ କରି ଇଣ୍ଡିଆ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇଛନ୍ତି । ଦିପ୍ତୀ ଏ ନେଇ ତାଲିମ ନେଇ ନ ଥିବା ବେଳେ କେବଳ ନିଜର ଗୁରୁଜନଓ ବାପା ମା ଙ୍କ ପ୍ରେରଣା ପାଇଁ ସଫଳତା ପାଇଛନ୍ତି ବୋଲି କହିଛନ୍ତି ।
ଦୃଢ଼ ଇଚ୍ଛା ଶକ୍ତି ଓ ମନୋବଳ ପାଇଁ ଏଭଳି ଅସମ୍ଭବ କାର୍ଯ୍ୟ ସମ୍ଭବ କରିପାରୁଥିବା କହିଛନ୍ତି ମାଇ କିଡ୍ଗ ର ପ୍ରିନ୍ସିପାଳ ବିକାଶ କେଡ଼ିଆ। ଆଗକୁ ଦୀପ୍ତି କିଭଳି ଗିନିଜ ବୁକ ଅଫ ରେକର୍ଡ଼ ରେ ସ୍ଥାନ ପାଇବ ପ୍ରୟାସ ଜାରି ରହିଥିବା କହିଛନ୍ତି ।ଅନ୍ୟପଟେ ଦିପ୍ତୀଙ୍କୁ ଜଣେ ବିସ୍ମୟ ବାଳିକା କହିବା ସହ ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।

ବାଇଟ୧:ଦୀପ୍ତି ଶର୍ମା,ତୃତୀୟ ଶ୍ରେଣୀ ଛାତ୍ରୀ,(ରେକର୍ଡ଼ଧାରୀ,ଇଣ୍ଡିଆ ବୁକ ଅଫ ରେକର୍ଡ଼)
ବାଇଟ୨:ଦୀପକ ଶର୍ମା, ଦୀପ୍ତି ଙ୍କ ବାପା ।
ବାଇଟ3:ବିକାଶ କେଡ଼ିଆ, ପ୍ରିନ୍ସିପାଳ, my kidz , ଝାରସୁଗୁଡା ।Body:।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.