ETV Bharat / state

ବେକରେ ଓଢ଼ଣୀ ଲଗାଇ ରେଳବାଇ ଠିକାଦାରଙ୍କ ସ୍ତ୍ରୀର ଆତ୍ମହତ୍ୟା ! ସ୍ବାମୀ ଅଟକ - ଝାରସୁଗୁଡ଼ାରେ ମହିଳାଙ୍କ ଆତ୍ମହତ୍ୟା

ଏକାତାଲି ଅଞ୍ଚଳର ଏକ ଭଡ଼ା ଘରେ ଫ୍ୟାନରେ ଝୁଲି ଜଣେ ମହିଳା ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଅଧିକ ପଢ଼ନ୍ତୁ

women suicide in jharsuguda
ବେକରେ ଓଢ଼ଣୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀ ଅଟକ
author img

By

Published : Apr 5, 2022, 9:07 AM IST

ଝାରସୁଗୁଡ଼ା: ଏକାତାଲି ଅଞ୍ଚଳରେ ଘଟିଛି ଅଘଟଣ। ସେହି ଅଞ୍ଚଳର ଏକ ଭଡ଼ା ଘରେ ଫ୍ୟାନରେ ଜଣେ ମହିଳା ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

ବେକରେ ଓଢ଼ଣୀ ଲଗାଇ ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀ ଅଟକ

ଝାରସୁଗୁଡା ସହର ଏକାତାଲି ଅଞ୍ଚଳର ଏକ ଭଡ଼ା ଘରେ କିଛି ବର୍ଷ ହେବ ସ୍ବାମୀ, ସ୍ତ୍ରୀ ଏବଂ ତାଙ୍କର ଏକ ଛୋଟ ଛୁଆ ରହୁଥିଲେ। ସେମାନେ ଆନ୍ଧ୍ରପ୍ରଦେଶର ଶିକାକୁଳମ ଅଞ୍ଚଳର ମୂଳନିବାସୀ ହୋଇଥିବାବେଳେ ମହିଳାଙ୍କ ସ୍ବାମୀ ରେଳବାଇରେ ଠିକାଦାର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମହିଳାଙ୍କ ପରିବାର ଲୋକେ ମୃତଦେହ ଚିହ୍ନଟ କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି।

ତେବେ ଝାରସୁଗୁଡ଼ା ପୋଲିସ ଓ ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ମୃତ ମହିଳାଙ୍କ ସ୍ବାମୀଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଆଜି ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବା ନେଇ ଝାରସୁଗୁଡ଼ା ଏସଡିପିଓ ନିର୍ମଳ ମହାପାତ୍ର ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.