ETV Bharat / state

Panchayat Poll: ସ୍ବାମୀଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ନିର୍ବାଚନ ମୈଦାନରେ ସ୍ତ୍ରୀ

author img

By

Published : Feb 6, 2022, 9:38 PM IST

ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତେଜରାଜ ସାହୁଙ୍କ ସ୍ତ୍ରୀ କୃଷ୍ଣପ୍ରୀୟା ସାହୁ ନକ୍ସାପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି । ସେ ସ୍ବାମୀଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

Panchayat Poll: ସ୍ବାମୀଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ନିର୍ବାଚନ ମଇଦାନରେ ସ୍ତ୍ରୀ

ଝାରସୁଗୁଡ଼ା: ସ୍ବାମୀଙ୍କ ବିକାଶ ଧାରାକୁ ବଜାୟ ରଖିବା ପାଇଁ ନିର୍ବାଚନ ମୈଦାନରେ ସ୍ତ୍ରୀ । ବିଜୟୀ ହୋଇ ସ୍ବାମୀଙ୍କ ବିକାଶ କାର୍ଯ୍ୟକୁ ଅବ୍ୟାହତ ରଖିବା ପାଇଁ ଆଶା ରଖିଛନ୍ତି । ଝାରସୁଗୁଡ଼ା ଜିଲ୍ଲା କିରମିରା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତେଜରାଜ ସାହୁଙ୍କ ସ୍ତ୍ରୀ କୃଷ୍ଣପ୍ରୀୟା ସାହୁ ନକ୍ସାପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥିନୀ ହୋଇଛନ୍ତି ।

ସ୍ବାମୀ ତେଜରାଜ ସାହୁ ୨୦୧୭ରେ ନକ୍ସାପାଲି ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ହୋଇ ବିଜୟ ହୋଇ କିରମିରା ବ୍ଲକ ଅଧ୍ୟକ୍ଷ ହୋଇଥିଲେ । ଏହା ପରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ । ଯାହା ବର୍ତ୍ତମାନ ଲୋକେ ବେଶ ପ୍ରଶଂସା କରିଛନ୍ତି । ସ୍ବାମୀ ଯେଉଁଭଳି ସ୍ଥାନୀୟ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିଛନ୍ତି, ନିର୍ବାଚନରେ ବିଜୟୀ ହେଲେ ସ୍ତ୍ରୀ କୃଷ୍ଣପ୍ରୀୟା ମଧ୍ୟ ସେହିଭଳି କାର୍ଯ୍ୟ କରିବେ ବୋଲି କହିଛନ୍ତି । ଖାଲି ସେତିକି ନୁହେଁ ଗତ ୫ ବର୍ଷ ଭିତରେ ଯେଉଁସବୁ କାମ କରିପାରି ନାହାନ୍ତି ସେହି କାର୍ଯ୍ୟକୁ ପୁରା କରିବେ ବୋଲି ମତ ଦେଇଛନ୍ତି ।

ସ୍ବାମୀଙ୍କ ବିକାଶ ଧାରାକୁ ଅବ୍ୟାହତ ରଖିବାକୁ ହେଲେ ପ୍ରଥମେ ସମିତି ସଭ୍ୟ ଆସନରେ ବିଜୟୀ ହେବାକୁ ପଡ଼ିବ । ତେଣୁ କୃଷ୍ଣପ୍ରୀୟା ନିଜ ସମର୍ଥକଙ୍କ ସହ ଡୋର ଟୁ ଡୋର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି । ତାଙ୍କ ସ୍ବାମୀ କିରମିରା ବ୍ଲକରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିବାରୁ ଲୋକଙ୍କ ସମର୍ଥନ ମଧ୍ୟ କୃଷ୍ଣପ୍ରୀୟା ପ୍ରତି ଢେର ରହିଛି । ତେବେ ସ୍ଥାନୀୟ ଅଞ୍ଚଳରେ ରାସ୍ତାଘାଟ, ପାନୀୟ ଜଳ ଆଦିର ସମସ୍ୟା ରହିଛି । ଏହି ସମସ୍ୟା ସବୁ ଯିଏ ଦୂର କରିବ ତାକୁ ଭୋଟର ଭୋଟ ଦେବେ ବୋଲି କହିଛନ୍ତି ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.