ETV Bharat / state

Jharsuguda By Poll: କାହାର ପଲ୍ଲା ଭାରି ? କଣ କହୁଛି ଅତୀତର ଟ୍ରେଣ୍ଡ

author img

By

Published : Apr 24, 2023, 8:50 PM IST

ନବ ଦାସଙ୍କ ଅନ୍ତେ ଏବେ ହେଉଛି ଉପନିର୍ବାଚନ । ଏଥିପାଇଁ ବିଜେଡି ଟିକେଟରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀ ଦାସ, ବିଜେପିରୁ ଯୁବନେତା ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଲଢେଇ ପ୍ରାର୍ଥୀ ହୋଇଛନ୍ତି । ଅତୀତରେ କଂଗ୍ରେସର ଦୁର୍ଗ ଥିଲାଝାରସୁଗୁଡା । ହେଲେ ବର୍ତ୍ତମାନର ପରିସ୍ଥିତିରେ ଯିଏ ଟଙ୍କା ଅଧିକ ବାଣ୍ଟି ପାରିବ ସେ ଅଧିକ ଭୋଟ ପାଇବ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

Jharsuguda By Poll: କାହାର ପଲ୍ଲା ଭାରି? କଣ କହୁଛି ଅତୀତ ଟ୍ରେଣ୍ଡ

Jharsuguda By Poll

ଭୁବନେଶ୍ବର: କାହାର ହେବ ଝାରସୁଗୁଡା? ବିଜେଡି, କଂଗ୍ରେସ ନା ବିଜେପି ? କିଏ ମାରିବ ବାଜି । କାହାକୁ ଭରସା କରିବେ ଭୋଟର । ଅତୀତରେ କଂଗ୍ରେସ ଗଡ ଥିବା ଝାରସୁଗୁଡାରେ ହେବ କି ପଟ୍ଟ ପରିବର୍ତ୍ତନ । ବଦଳିବକି ଭୋଟରଙ୍କ ମୁଡ । ପରମ୍ପରଗତ ଆସନ ଭାବେ ଗଡ ଫେରି ପାଇବ କି କଂଗ୍ରେସ? ନା ନିଜ ଆସନ ବଜାୟ ରଖିବ ବିଜେଡି । କଂଗ୍ରେସ ପଞ୍ଝାରୁ ଝାମ୍ପି ଆଣିଥିବା ଝାରସୁଗୁଡା ଗଡକୁ ସୁରକ୍ଷିତ ରଖିପାରିବ ତ ବିଜେଡି? ନା ଝାରସୁଗୁଡାରେ କିଛି ଚମତ୍କାରିତା କରିବ ବିଜେପି ? ମତଦାନ ପାଖେଇ ଆସୁଥିବା ବେଳେ ଝାରସୁଗୁଡା ଉପନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।

ଝାରସୁଗୁଡା ପୃଷ୍ଠଭୂମି- ନଜର ପକାନ୍ତୁ 1951 ମସିହାରୁ 2019 ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନରେ କଣ ରହିଥିଲା ଟ୍ରେଣ୍ଡ । 1951, 1957 ଓ 1961ରେ କଂଗ୍ରେସ ଜିତିଥିଲା ଝାରସୁଗୁଡାଗଡ । 1967 ରେ ସ୍ବତନ୍ତ୍ର, 1971ରେ ଓଜେଏସ ଜିତିଥିଲା ଏହି ଆସନ । 1974, 1977ରେ ପୁଣି ନିଜ ଆସନ ଫେରିପାଇଥିଲା କଂଗ୍ରେସ । 1980 ଓ 85 ରେ କଂଗ୍ରେସ ଜିତିଥିଲେ ମଧ୍ୟ ପ୍ରାର୍ଥୀ ହୋଇଥିଲେ ପରିବର୍ତ୍ତନ । ସାଇରିନ୍ଦ୍ରି ନାୟକଙ୍କ ବଦଳରେ ଲଢିଥିଲେ ବୀରେନ୍ଦ୍ର ଚନ୍ଦ୍ର ପାଣ୍ଡେ । 1990 ରେ କିଶୋର ମହାନ୍ତି ଜନତା ଦଳରୁ ବିଜୟୀ ହୋଇଥିଲା । ତେବେ 1995 ରେ ପୁଣିଥରେ କଂଗ୍ରେସର ବିରେନ୍ଦ୍ର ପାଣ୍ଡେ ବିଜୟୀ ହୋଇଥିଲେ ଝାରସୁଗୁଡା ଆସନ । 2000 ଏବଂ 2004ରେ କିଶୋର ମହାନ୍ତି ବିଜେଡିରୁ ବିଜୟୀ ହୋଇଥିଲେ । 2009 ଏବଂ 2014ରେ କଂଗ୍ରେସରୁ ନବ କିଶୋର ଦାସ ବିଜୟୀ ହୋଇଥିଲେ । 2019 ନିର୍ବାଚନ ପୂର୍ବରୁ ନବ ପଟ୍ଟ ପରିବର୍ତ୍ତନ କରି ବିଜେଡିରେ ସାମିଲ ହୋଇଥିଲେ । ତୃତୀୟ ଥର ପାଇଁ ନବ ଦାସ ଝାରସୁଗୁଡାରୁ ବିଜୟୀ ହୋଇଥିଲେ ।

ନବ ଦାସଙ୍କ ଅନ୍ତେ ଏବେ ହେଉଛି ଉପନିର୍ବାଚନ। ଏଥିପାଇଁ ବିଜେଡି ଟିକେଟରୁ ସ୍ବର୍ଗତ ନବ ଦାସଙ୍କ ଝିଅ ଦିପାଳୀ ଦାସ, ବିଜେପିରୁ ଯୁବନେତା ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେ ଲଢେଇ ପ୍ରାର୍ଥୀ ହୋଇଛନ୍ତି । ଅତୀତରେ କଂଗ୍ରେସର ଦୁର୍ଗ ଥିଲାଝାରସୁଗୁଡା । ହେଲେ ବର୍ତ୍ତମାନର ପରିସ୍ଥିତିରେ ଯିଏ ଟଙ୍କା ଅଧିକ ବାଣ୍ଟି ପାରିବ ସେ ଅଧିକ ଭୋଟ ପାଇବ ବୋଲି କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ରବି ଦାସ କହିଛନ୍ତି ଝାରସୁଗୁଡାରେ ବିଜେଡିର ସଂଗଠନ ରହିଛି । ସରକାରୀ କଳ ରହିଛି । ତେଣୁ ବିଜେଡି ପଲ୍ଲା ଭାରି ରହିଛି ।

ସେହିପରି ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି ଝାରସୁଗୁଡାରେ ବିଭିନ୍ନ ସଂଗଠନ ରହିଛି । ଅଣ ଓଡିଆ ଭୋଟର ବି ରହିଛନ୍ତି । ଏହି ଶ୍ରମିକ ସଂଗଠନ ଓ ଟ୍ରେଡ ୟୁନିୟନ ଭୋଟ ଯାହା ସପକ୍ଷରେ ଯାଇଛି ସେହି ଦଳ ଜିତିବାର ସମ୍ଭାବନା ରହିଛି । ପୂର୍ବରୁ ଝାରସୁଗୁଡା କମ୍ୟୁନିଷ୍ଟ ଅଧିନରେ ଥିଲା ଏବେ ଯାହା ଅଧିନରେ ରହିବ ସେ ହିଁ ଜିତିବ । 2009 ରେ ନବ ଦାସ 2014 ରେ ନବ ଦାସ ଜିତିଥିଲେ ଏଥିପାଇଁ । 2019 ରେ ଦଳ ବଦଳାଇଥିଲେ ମଧ୍ୟ ନବ ଦାସଙ୍କୁ ମିଳିଥିଲା ଏହି ସଂଗଠନ ଗୁଡିକର ଭୋଟ । ତାଙ୍କ ଝିଅ ଦୀପାଳି ଯଦିଓ ନବ ଦାସଙ୍କ ପରି ଫାଇଟ ଦେଇପାରିବେ ନାହିଁ, କିନ୍ତୁ କେତେ ମାର୍ଜିନରେ ସେ ଜିତୁଛନ୍ତି ତାହା ଦେଖିବା କଥା । ସେହିଭଳି ଅକ୍ଷୟ କହିଛନ୍ତି ଆଉ ଗୋଟିଏ ବଡ ଦିଗ ହେଲା ସ୍ବର୍ଗତ ବିରେନ୍ଦ୍ର ପାଣ୍ଡେ ମଧ୍ୟ ଟ୍ରେଡ ୟୁନିଅନ ସହିତ ସମ୍ପର୍କରେ ଥିଲେ । ସଂଗଠନ ସମ୍ଭାଳୁଥିଲେ । ସେହି କାରଣ ପାଇଁ 1980, 1985 ଓ 1995 ରେ ଜିତିଥିଲେ ବିରେନ୍ଦ୍ର ପାଣ୍ଡେ । ଏବେ ତାଙ୍କ ପୁଅ ତରୁଣ ପାଣ୍ଡେ ସେହି ପୁରୁଣା ସମ୍ପର୍କକୁ ଯୋଡି ଯଦି ଭୋଟରେ ରୂପାନ୍ତରିତ କରିପାରିବେ ତେବେ କଂଗ୍ରେସ ମଧ୍ୟ ଭଲ ଫାଇଟ ଦେବ । ଆଉ ଏପଟେ ବିଜେପି ନୁଆ ମୁହଁ ଦେଇଛି । ଗୋଟିଏ ଭଲ ଫାଇଟର ସୁଯୋଗ ଭାବି ବିଜେପି ଟଙ୍କଧରଙ୍କୁ ପ୍ରାର୍ଥୀ କରିଛି । ମୋଟାମୋଟି କହିବାକୁ ଗଲେ ବିଭିନ୍ନ ଟ୍ରେଡ ୟୁନିଅନ, ଟ୍ରାନ୍ସପୋର୍ଟ ୟୁନିଅନ ଯାହା ସପକ୍ଷରେ ରହିବେ ସେହି ପ୍ରାର୍ଥୀ ହିଁ ନିର୍ବାଚନ ଜିତିବ ବୋଲି ଅକ୍ଷୟ କହିଛନ୍ତି ।

ନବ ଦାସଙ୍କ ହତ୍ୟା ପରେ ତାଙ୍କ ଝିଅ ଦିପାଳୀ ଦାସ ଝାରସୁଗୁଡା ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ଦୀପାଳୀଙ୍କ ପଛରେ ବ୍ରାଣ୍ଡ ନବୀନ ରହିଛି । ସରକାରୀ କଳ ସହ ସୁଦୃଢ ସଂଗଠନ ଅଛି । ଯାହାକୁ ଆଧାର କରି ବିଜେଡି ଲକ୍ଷେ ଭୋଟରେ ଜିତିବ ବୋଲି ପୂର୍ବରୁ କହିସାରିଛନ୍ତି ଦଳୀୟ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ତେବେ ଅତୀତ ନିର୍ବାଚନୀ ଟ୍ରେଣ୍ଡ ଯାହା ହେଉନା କାହିଁକି ବର୍ତ୍ତମାନର ଜନ ସମର୍ଥନ, ବିଭିନ୍ନ ୟୁନିଅନର ସମର୍ଥନ ଯାହା ପାଖରେ ଅଛି ସେ ହିଁ ନିର୍ବାଚନ ଜିତିବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.