ଝାରସୁଗୁଡ଼ା: ରାମଚଣ୍ଡୀଙ୍କ ଗର୍ଭଗୃହରେ ପଶିଲା ବନ୍ୟାପାଣି । ଗତ ତିନିଦିନ ଧରି ଲଘୁଚାପ ଜନିତ ବର୍ଷା ପ୍ରଭାବରେ ବ୍ରଜରାଜନଗର ଅଧିଷ୍ଠାତ୍ରୀ ଦେବୀ ରାମଚଣ୍ଡୀଙ୍କ ଗର୍ଭଗୃହରେ ପଶିଲା ଇବ ନଦୀ ବନ୍ୟାପାଣି ।
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପ୍ରସିଦ୍ଧ ସର୍ବପୁରାତନ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ମନ୍ଦିର । ଯାହା ପାହାଡ଼ ଓ ଜଙ୍ଗଲଘେରା ପ୍ରାକୃତିକ ସୋନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଥିବା ସହ ଇବ ନଦୀ କୂଳରେ ଅବସ୍ଥିତ । ମାତ୍ର ଲଗାଣ ବର୍ଷା ଯୋଗୁଁ ଇବ ନଦୀ ଉଛୁଳିବାରୁ ମନ୍ଦିର ବୁଡି ଯାଇଥିବା ଦୃଶ୍ୟ ଆଜି ଦେଖିବାକୁ ମିଳିଛି ।
ଏଥିଯୋଗୁଁ ଆଜି(ଗୁରୁବାର) ସମସ୍ତ ନୀତିକାନ୍ତି ସମେତ ଅନ୍ୟାନ୍ୟ ନୀତି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହୋଇଥିବା ପୂଜକ ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ