ETV Bharat / state

ଝାଡସୁଗୁଡାରେ ଜଳ ସଙ୍କଟ, ପାଣି ପାଇଁ ବିଜେପିର ଦାବିପତ୍ର ପ୍ରଦାନ

ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ପାଇଁ ବିଜେପି ଝାରସୁଗୁଡା ଓ ସହରବାସୀ ପୌରାଞ୍ଚଳ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ବିଷୟରେ ପିଏଚଡି ଏକ୍ସିକ୍ୟୁଟିଭ ଇଞ୍ଜିନିୟରଙ୍କୁ ତୁରନ୍ତ ଜଣାଯିବ ବୋଲି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ପ୍ରଧାନ କହିଛନ୍ତି ।

author img

By

Published : Jun 20, 2019, 5:20 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡ଼ା: ଜିଲ୍ଲାର ପୌରାଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ପାଣି ପାଇଁ ସହର ବାସିନ୍ଦା ଡହଳବିକଳ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନଥିବାରୁ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ ପାଇଁ ବିଜେପି ଝାରସୁଗୁଡା ଓ ସହରବାସୀ ପୌରାଞ୍ଚଳ ଅଫିସରେ ଦାବିପତ୍ର ପ୍ରଦାନ କରିଛନ୍ତି । ପୌରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳକୁ ଜଳଯୋଗାଣ, ଠିକ ସମୟରେ ପାଣି ଟ୍ୟାଙ୍କର ଯୋଗେ ପାଣି ମିଳୁ ନଥିବା ସହ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହେବା ଓ ଜିଲ୍ଲାରେ ଥିବା ନଦୀ ଗୁଡିକ ଶୁଖିଯିବା ଫଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଉଥିବା ନେଇ ଦାବି ପତ୍ରରେ ଉଲ୍ଲେଖ ରହିଥିବା ବିଜେପି ନେତା ଦିନେଶ ଜୈନ କହିଛନ୍ତି ।

ଅନ୍ୟପକ୍ଷରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଥିବାରୁ ଦାବିପତ୍ର ବିଷୟରେ ପିଏଚଡି ଏକ୍ସିକ୍ୟୁଟିଭ ଇଞ୍ଜିନିୟରଙ୍କୁ ତୁରନ୍ତ ଜଣାଯିବ ବୋଲି ନିର୍ବାହୀ ଅଧିକାରୀ ରାମ ଚନ୍ଦ୍ର ପ୍ରଧାନ କହିଛନ୍ତି ।

ପୌରାଞ୍ଚଳରେ ଥିବା 27 ୱାର୍ଡ ମଧ୍ୟରୁ 11ଟି ୱାର୍ଡରେ ପାନୀୟ ଜଳଯୋଗାଣ ହେଉଥିବା ବେଳେ ଅନ୍ୟ ୱାର୍ଡରେ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ଏଥିପ୍ରତି ପୌରପରିଷଦ ଦୃଷ୍ଟି ଦେଇ ଜଳଯୋଗାଣ ଓ ଆବର୍ଜନା ସଫେଇ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡା ପୋୖରାଞ୍ଚଳ ରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ପାଣି ପାଇଁ ସହର ବାସିନ୍ଦା ଡହଳବିକଳ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଜଳ ଯୋଗାଣ ବ୍ୟବସ୍ଥା କରାଯାଉ ନ ଥିବା ଯୋଗୁ ଅସନ୍ତୋଷ ଦେଖାଦେଇଛି। ଟେଙ୍କର ମାଧ୍ୟମରେ ଜଳଯୋଗାଣ କରିବା ପାଇଁ ବିଜେପି ଝାରସୁଗୁଡା ଓ ସହରବାସୀ ଝାରସୁଗୁଡ଼ା ପୋୖରାଞ୍ଚଳ ଅଫିସ ଠାରେ ଦାବି ପତ୍ର ମାଧ୍ୟମରେ ଦାବି କରିଛନ୍ତି । ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ପୋୖରାଞ୍ଚଳ ତଥା ଏହାର ଆଖପାଖ ଅଞ୍ଚଳକୁ ଜଳଯୋଗାଣ ଠିକ ସମୟରେ ପାଣି ଟେଙ୍କର ଯୋଗେ ପାଣି ମିଲୁ ନଥିବା ସହ ପୋୖରାଞ୍ଚଳ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ଜମା ହୋଇଛି ଡ୍ରେନ ଠିକ ସମୟରେ ସଫା ହେଉନଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଜିଲ୍ଲାରେ ଥିବା ନଦୀ ଗୁଡିକ ଶୁଖି ଯାଇଛି ଫଳରେ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ପୋୖରାଞ୍ଚଳ ରେ ଥିବା27 ୱାର୍ଡ ମଧ୍ୟରୁ 11 ଟି ୱାର୍ଡ ରେ ପାନୀୟ ଜଳଯୋଗାଣ ହେଉଥିବା ବେଳେ ଅନ୍ୟ ୱାର୍ଡ ରେ ପାଣି ମିଳୁନଥିବା ଅଭିଯୋଗ କରିଛନ୍ତି ।ତୁରନ୍ତ ଏଥିପ୍ରତି ପୋୖରାଞ୍ଚଳ ଦୃଷ୍ଟି ଦେଇ ଜଳଯୋଗାଣ ଓ ଆବର୍ଜନା ସଫେଇ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Byte1:- ଦିନେଶ ଜୈନ , ବିଜେପି ନେତା
Byte2:- ରାମ ଚନ୍ଦ୍ର ପ୍ରଧାନ , ନିର୍ବାହୀ ଅଧିକାରୀ , ଝାରସୁଗୁଡ଼ା ପୋୖରାଞ୍ଚଳ

Body:।।।।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.