ETV Bharat / state

ନର୍ସଙ୍କ ଅବହେଳାରୁ ନାବାଳକ ଆଖିରେ ପଶିଲା ଇଞ୍ଜେକ୍ସନ ! କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ତାତିଲେ ଲୋକେ

author img

By ETV Bharat Odisha Team

Published : Sep 18, 2023, 6:40 PM IST

Updated : Sep 18, 2023, 7:09 PM IST

ଅସାବଧାନତା ଯୋଗୁଁ ନାବାଳକର ଆଖିରେ ଇଞ୍ଜେକ୍ସନ ଫୋଡ଼ିଛନ୍ତି ନର୍ସ l ଚିକିତ୍ସା ସମୟରେ ନର୍ସଙ୍କ ଅସାବଧାନତା ଯୋଗୁଁ ନାବାଳକଟି ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଥିବା କହିଛନ୍ତି ପରିବାର ଲୋକେ । ଅଧିକ ପଢ଼ନ୍ତୁ

ନାବାଳକର ଆଖିରେ ପଶିଲା ଇଞ୍ଜେକ୍ସନ
ନାବାଳକର ଆଖିରେ ପଶିଲା ଇଞ୍ଜେକ୍ସନ
ନାବାଳକର ଆଖିରେ ପଶିଲା ଇଞ୍ଜେକ୍ସନ

ଝାରସୁଗୁଡ଼ା: ଚିକିତ୍ସା ସମୟରେ ଅବହେଳା ଅଭିଯୋଗ l ଅସାବଧାନତା ଯୋଗୁଁ ନାବାଳକର ଆଖିରେ ଇଞ୍ଜେକ୍ସନ ଫୋଡ଼ିଛନ୍ତି ନର୍ସ l ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରଜରାଜନଗର ମଣ୍ଡାଳିଆ ସ୍ଥିତ MCLର କେନ୍ଦ୍ରୀୟ ହସ୍ପିଟାଲରେ । ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ କାଳୀନଗରର ରଞ୍ଜନ ନାୟକ ତାଙ୍କ ପୁଅ ଆୟୁଷ୍ମାନର ଚିକିତ୍ସା ପାଇଁ ମଣ୍ଡାଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲକୁ ଆସିଥିଲେ । 11 ବର୍ଷୀୟ ପୁଅ ଆୟୁଷ୍ମାନକୁ ଜ୍ବର ଲାଗି ରହୁଥିଲା ବୋଲି କହିଛନ୍ତି ପରିବାର ଲୋକେ । ତେବେ ଚିକିତ୍ସା ସମୟରେ ନର୍ସଙ୍କ ଅସାବଧାନତା ଯୋଗୁଁ ନାବାଳକଟି ଏବେ ଦୃଷ୍ଟିଶକ୍ତି ହରାଇବା ସମ୍ଭାବନା ଥିବା କହିଛନ୍ତି ପରିବାର ଲୋକେ ।

ତେବେ ପୁଅ ଆୟୁଷ୍ମାନ ନାୟକକୁ ଜ୍ୱର ହେଉଥିବାରୁ ଚିକିତ୍ସା ପାଇଁ ଗତ 13 ତାରିଖ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୧୪ ତାରିଖ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଚିକିତ୍ସା ସମୟରେ ଆୟୁଷ୍ମାନଙ୍କର ଆଖିରେ ଇଞ୍ଜେକ୍ସନ ଛୁଞ୍ଚି ପଶିଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ଯାହା ଫଳରେ ଆୟୁଷ୍ମାନ ଦୃଷ୍ଟି ଶକ୍ତି ହରାଇବାର ଆଶଙ୍କା ରହିଥିବାବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଅନ୍ୟପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହିପରି ହୋଇଥିବା ଅଭିଯୋଗ କରି କେନ୍ଦ୍ରୀୟ ହସ୍ପିଟାଲକୁ ଘେରିଛନ୍ତି ସ୍ଥାନୀୟ ଲୋକେ l

ଏହା ବି ପଢନ୍ତୁ...ଅସୁସ୍ଥତା ଯୋଗୁଁ ୩ ଦିନରେ ଆଖି ବୁଜିଲେ ୨ ଛାତ୍ର, ଚିକିତ୍ସା ଅବହେଳା ଅଭିଯୋଗ କଲେ ପରିବାର

ଦୀର୍ଘ ସମୟ ଧରି ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଲିଥିଲା। ପାଟିତୁଣ୍ଡ କରିବା ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ l କେନ୍ଦ୍ରୀୟ ହସ୍ପିଟାଲରେ ଏମସିଏଲ ଇବ ଭ୍ୟାଲି ଜିଏମ ପହଞ୍ଚି ତଦନ୍ତ କରିଛନ୍ତି l ଆୟୁଷ୍ମାନଙ୍କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏନେଇ ଇବ ଭ୍ୟାଲି ଜିଏମ ଆର.ଏସ. ଗୁପ୍ତା କହିଛନ୍ତି, "ପିଲାଟିର ସମସ୍ତ ଚିକିତ୍ସା ଖର୍ଚ୍ଚ ଏମସିଏଲ ଇବ୍‌ ଭ୍ୟାଲି ବହନ କରିବ । ଏହାସହ ଅବହେଳା କରିଥିବା ଡାକ୍ତର ଏବଂ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l

ସେପଟେ ଆୟୁଷ୍ମାନଙ୍କ ବାପା ରଞ୍ଜନ ନାୟକ କହିଛନ୍ତି, "ସାଲାଇନ ଦେଉଥିବା ସମୟରେ ନର୍ସଙ୍କ ହାତରୁ ଖସି ଯିବାରୁ ଛୁଞ୍ଚି ପୁଅ ଆଖିରେ ପଶି ଯାଇଛି । ଘରୋଇ ହସ୍ପିଟାଲରେ ତା'ର ଚିକିତ୍ସା ଚାଲିଥିବାବେଳେ ଆଗକୁ ଅପରେସନ କରାଯିବ । ଏନେଇ ପୁଅକୁ ସୁସ୍ଥ କରିବା ପାଇଁ ଉତ୍ତମ ଚିକିତ୍ସା ପାଇଁ ଅନୁରୋଧ କରୁଛୁ । ଏହା ବ୍ୟତୀତ ଅନ୍ୟ କୌଣସି ଦାବି ନାହିଁ ।"

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Sep 18, 2023, 7:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.