ETV Bharat / state

ନବ ଦାସଙ୍କ ମୃତ୍ୟୁ ପରେ ଅଶାନ୍ତ ଶିଳ୍ପ ଓ କୋଇଲା କରିଡର

ନବ ଦାସଙ୍କ ଅବର୍ତ୍ତମାନରେ ରାଜ୍ୟରେ ଶିଳ୍ପ ଓ କୋଇଲା ଖଣି ଅଞ୍ଚଳରେ ଏକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ଏହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କହିଲେ ରାଜନୀତି ବିଶ୍ଳେଷକ । ଅଧିକ ପଢ଼ନ୍ତୁ

ନବ ଦାସଙ୍କ ମୃତ୍ୟୁ ପରେ ଶିଳ୍ପ ଓ କୋଇଲା ଖଣି ଅଞ୍ଚଳରେ ଅଶାନ୍ତ ପରିସ୍ଥିତି

author img

By

Published : Feb 21, 2023, 9:39 AM IST

ସମ୍ବଲପୁର: ଗତ ଜାନୁଆରୀ 29 ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀ ଛକ ଠାରେ ଦିନ ଦ୍ବିପ୍ରହରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଜଣେ ପୋଲିସ ଅଧିକାରୀ । ସେତେବେଳେ ଏହି ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଥିଲା । ଏହି ଘଟଣା ପରେ ରାଜ୍ୟ ସରକାର ଓ ପୋଲିସ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ବିରୋଧି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଏହାକୁ ନେଇ ବିବାଦ ଲାଗି ରହିଛି । ତେବେ ଏହିସବୁ ପ୍ରସଙ୍ଗ ବ୍ୟତୀତ ବର୍ତ୍ତମାନ ନବ ଦାସଙ୍କ ଅବର୍ତ୍ତମାନରେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ର ଶିଳ୍ପ ଓ କୋଇଲା ଖଣି ଅଞ୍ଚଳରେ ଏକ ପ୍ରକାର ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି ।

ନିକଟ ଅତୀତରେ ରେଙ୍ଗାଲି ଅଞ୍ଚଳରେ ଏମିତି କିଛି ଘଟଣା ଘଟିଛି ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ରାଜନୀତି ବିଶ୍ଳେଷକମାନେ ଚିନ୍ତା ପ୍ରକଟ କରିଛନ୍ତି । ସମ୍ବଲପୁରର ବିଶିଷ୍ଟ ରାଜନୀତି ବିଶ୍ଳେଷକଙ୍କ ମତରେ ନବ ଦାସଙ୍କ ମୃତ୍ୟୁ ପରେ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡର ଶିଳ୍ପ ଓ କୋଇଲା କରିଡରରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବ । ମୁଖ୍ୟତଃ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ । ନବ ଦାସ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ହେବା ସହ ଜଣେ ବ୍ୟବସାୟୀ ମଧ୍ୟ ଥିଲେ ।

ସେଥିପାଇଁ ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡାରେ ନବଙ୍କ ଇସାରାରେ ଖଣି କାର୍ଯ୍ୟ, ପରିବହନ ଓ ଶିଳ୍ପ ଅନୁଷ୍ଠାନ ବ୍ୟବସାୟ ଜାରି ରହିଥିଲା । ତାଙ୍କ ଅଗୋଚରରେ କୌଣସି କାର୍ଯ୍ୟ ହେଉନଥିଲା । ତେବେ ନବଙ୍କ ମୃତ୍ୟୁ ପରେ ବର୍ତ୍ତମାନ ସ୍ଥାନୀୟ ବହୁ ଛୋଟ ବଡ଼ ବ୍ୟବସାୟୀ ଏହି ଖଣି ଓ ଶିଳ୍ପ ଅନୁଷ୍ଠାନ ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ତେଣୁ ଆଗକୁ ଏହି ଅଞ୍ଚଳରେ ବ୍ୟବସାୟୀକ ହିଂସା ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଗକୁ ମଧ୍ୟ ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ଅଞ୍ଚଳରେ ଏମିତି ଅନେକ ସମସ୍ୟା ମୁଣ୍ଡ ଟେକିବ ଓ ଏଥିପାଇଁ ପୋଲିସ ବିଭାଗକୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.