ETV Bharat / state

ନବ ଦାସ ହତ୍ୟା ମାମଲା, ନିରପେକ୍ଷ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ

author img

By

Published : Feb 12, 2023, 10:10 PM IST

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଫଗନ ସିଂ କୁଲାସ୍ତେ । ମାମଲାର ନିରପେକ୍ଷ ତଦନ୍ତ ଲାଗି ସେ ଦାବି କରିଛନ୍ତି । ଅଧିକ ପଢନ୍ତୁ

Union Minister Faggan Singh Kulaste
Union Minister Faggan Singh Kulaste
ନିରପେକ୍ଷ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ

ଝାରସୁଗୁଡ଼ା: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲା । ଏନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଫଗନ ସିଂ କୁଲାସ୍ତେ । ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିବା ଏକ ନିନ୍ଦନୀୟ ଘଟଣା ଏବଂ ଘଟଣାର ନିରପେକ୍ଷ ତଦନ୍ତ ହେଉ । କ୍ରାଇମବ୍ରାଞ୍ଚ ସଠିକ ଭାବରେ ତଦନ୍ତ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରୁ ବୋଲି ସେ କହିଛନ୍ତି ।

ନବ ଦାସଙ୍କୁ ହତ୍ୟାକାଣ୍ଡ ଘଟଣାର ୧୪ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଖାଲି ରହିଛି କ୍ରାଇମବ୍ରାଞ୍ଚର ହାତ । ୩ ଥର ରିମାଣ୍ଡରେ ଆଣି କ୍ରାଇମବ୍ରାଞ୍ଚ ଟିମ ଜେରା କରୁଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ଉଠାଇ ପାରିନାହିଁ ପୋଲିସ । ତେବେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା କରିବା ଏକ ନିନ୍ଦନୀୟ ଘଟଣା ଏବଂ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେପଟେ ନବଙ୍କ ସହିତ ଭଲ ସମ୍ପର୍କ ରହିଥିବା କହିଛନ୍ତି ମନ୍ତ୍ରୀ । ସେ କହିଛନ୍ତି, "ମନ୍ତ୍ରୀ ନବ ଦାସ ଜଣେ ଭଲ ରାଜନେତା ଥିଲେ । ତାଙ୍କୁ ଯେଭଳି ହତ୍ୟା କରାଯାଇଛି ସେନେଇ କ୍ରାଇମବ୍ରାଞ୍ଚ ସଠିକ ଭାବରେ ତଦନ୍ତ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଏହା ବି ପଢନ୍ତୁ- ନବ ଦାସ ହତ୍ୟା ଘଟଣା: ରାଜନୀତିକରଣ ନକରନ୍ତୁ କେନ୍ଦ୍ରମନ୍ତ୍ରୀ, କହିଲା ବିଜେଡି

ଅଭିଯୁକ୍ତ ଗୋପାଳ ପାଖରୁ ଏବେ ଯାଏଁ ହତ୍ୟା ପଛର ରହସ୍ୟ ବାହାର କରିପାରି ନାହିଁ କ୍ରାଇମବ୍ରାଞ୍ଚ । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୪ଦିନ ରିମାଣ୍ଡ, ଦ୍ବିତୀୟ ପର୍ଯ୍ୟାୟରେ ୪ଦିନ ଏବଂ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟରେ ୫ଦିନ ରିମାଣ୍ଡ ନେଇସାରିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ହତ୍ୟା ପଛର ରହସ୍ୟ ପର୍ଦ୍ଦାଫାଶ କରିପାନାହିଁ କ୍ରାଇମବ୍ରାଞ୍ଚ । ତେବେ ନାର୍କୋଟିକ୍ ଟେଷ୍ଟ ଏବଂ ପଲିଗ୍ରାଫି ଟେଷ୍ଟ ପାଇଁ ଗୋପାଳକୁ ଗୁଜୁରାଟ ନେଇଛି କ୍ରାଇମବ୍ରାଞ୍ଚ । ତେବେ ଆଶା କରାଯାଉଛି ଯେ ଏଥର କ୍ରାଇମବ୍ରାଞ୍ଚ ହତ୍ୟା ପଛର ରହସ୍ୟ ଉନ୍ମୋଚନ କରିବ । ଏସବୁ ଦିଗ ପ୍ରତି କ୍ରାଇମବ୍ରାଞ୍ଚ ସଠିକ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି ।

ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲେ । ଗୃହ ବିଭାଗର ଫାଣ୍ଡି ଅଧିକାରୀ ମନ୍ତ୍ରୀଙ୍କ ଛାତି ଉପରକୁ ଗୁଳିମାଡ଼ କରିଥିଲେ । ସେ କଣ ଓ କାହିଁକି ହତ୍ୟା କଲେ ତାର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ସେପଟେ ଫାଣ୍ଡି ଅଧିକାରୀ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ତାଙ୍କ ପତ୍ନୀ ମଧ୍ୟ କହିଥିଲେ । ସେ ମାନସିକ ରୋଗୀ ହୋଇଥିଲେ କିପରି ଚାକିରି କରୁଥିଲେ ଏଭଳି ତମାମ ଦିଗକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.