ETV Bharat / state

ଆସନ୍ତା 31ରୁ ଝାରସୁଗୁଡାରୁ ବାରାଣାସୀ ଓ କୋଲକାତାକୁ ଆରମ୍ଭ ହେବ ବିମାନ ସେବା - ଝାରସୁଗୁଡା ବିମାନ ବନ୍ଦରରେ ଭଡାଣ-3 ଯୋଜନା

ଉଡାନ-3 ଯୋଜନାରେ ଆସନ୍ତା ଜାନୁୟାରୀ 31 ତାରିଖରୁ ଝାରସୁଗୁଡାରୁ ଭୁବନେଶ୍ବର ଦେଇ ବାରାଣାସୀ ଓ କୋଲକାତାକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ମିଳିବାର ସୂଚନା ରହିଛି ।

udan-3 scheme in jharsuguda airport, jharsuguda airport flight services, jharsuguda latest news, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଝାରସୁଗୁଡା ବିମାନ ବନ୍ଦରରେ ଭଡାଣ-3 ଯୋଜନା, ଝାରସୁଗୁଡା ବିମାନ ବନ୍ଦରରେ ବିମାନ ସେବା
ଆସନ୍ତା 31ରୁ ଝାରସୁଗୁଡାରୁ ବାରାଣାସୀ ଓ କୋଲକାତାକୁ ଆରମ୍ଭ ହେବ ବିମାନ ସେବା
author img

By

Published : Jan 22, 2020, 6:52 AM IST

ଝାରସୁଗୁଡା: ଘଟିବାକୁ ଯାଉଛି ବହୁ ଦିନର ପ୍ରତୀକ୍ଷାର ଅନ୍ତ । ଉଡାନ-3 ଯୋଜନାରେ ଆସନ୍ତା ଜାନୁୟାରୀ 31 ତାରିଖରୁ ଝାରସୁଗୁଡାରୁ ଭୁବନେଶ୍ବର ଦେଇ ବାରାଣାସୀ ଓ କୋଲକାତାକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ମିଳିବାର ସୂଚନା ରହିଛି । ଝାରସୁଗୁଡା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟର ସେବା ସଫଳ ହେବା ପରେ ଉଡାନ-3 ଯୋଜନାରେ ଗତବର୍ଷ ଜୁନ 6ରୁ ଆଲାଏନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା ।

ଏହା ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ଆଉ ଦୁଇଟି ଗୁରୁତ୍ବପୂର୍ଣ୍ଣ ସହର ବାରାଣାସୀ ଓ କୋଲକାତା ସହ ଯୋଡି ହେବାକୁ ଯାଉଛି ଝାରସୁଗୁଡା । ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଭାବେ ଝାରସୁଗୁଡା ବିମାନ ବନ୍ଦରରୁ ଏହି ସେବା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେବେ ବୋଲି ଆଶା ରହିଛି ।

ଆସନ୍ତା 31ରୁ ଝାରସୁଗୁଡାରୁ ବାରାଣାସୀ ଓ କୋଲକାତାକୁ ଆରମ୍ଭ ହେବ ବିମାନ ସେବା

ତେବେ ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଆସନ୍ତା 27 ଜାନୁଆରୀରୁ ଝାରସୁଗୁଡା-କୋଲକାତା ସିଧାସଳଖ ବିମାନ ସେବା ଆଲାଏନ୍ସ ଏୟାର ଆରମ୍ଭ କରୁଥିବା ବେଳେ 31 ଜାନୁଆରୀରୁ ଭୁବନେଶ୍ବର ଦେଇ ଝାରସୁଗୁଡା-ବାରାଣାସୀ ବିମାନ ସେବା ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ।

ଏଥି ସହିତ ପୂର୍ବ ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ ହୋଇଥିବା ସେ ସୂଚନା ଦେଇଛନ୍ତି । ନୂଆ ସାରଣୀ ଅନୁଯାୟୀ କୋଲକାତାରୁ ସକାଳ 5ଟା 50ମିନିଟରେ ବାହାରି ଝାରସୁଗୁଡାକୁ 7ଟା 20 ମିନିଟରେ ବିମାନ ପହଞ୍ଚିବ । ସେହିପରି ଝାରସୁଗୁଡାରୁ 7ଟା 45 ମିନିଟରେ ବାହାରି ରାୟପୁରକୁ ସକାଳ 8ଟା 50 ମିନିଟରେ ବିମାନ ପହଞ୍ଚିବ । ରାୟପୁରରୁ ସକାଳ 9ଟା 15 ମିନିଟରେ ବାହାରି ସକାଳ 10ଟା 20 ମିନିଟରେ ପହଞ୍ଚିବ ।

ଅନ୍ୟପଟେ ଝାରସୁଗୁଡାରୁ 10ଟା 45 ମିନିଟରେ ବାହାରି 11ଟା 50 ମିନିଟରେ ପହଞ୍ଚିବ ବିମାନ । ବହୁ ପ୍ରତୀକ୍ଷିତ ସେକ୍ଟର, ଭୁବନେଶ୍ବରରୁ ଦିନ 12ଟା 15 ମିନିଟରେ ବାହାରି ବାରାଣାସୀରେ ଦିନ 2ଟା 05ମିନିଟରେ ପହଞ୍ଚିବ । ବାରାଣସୀରୁ ଦିନ 2ଟା 30 ମିନିଟରେ ବାହାରି 4ଟା 20 ମିନିଟରେ ଭୁବନେଶ୍ବରରେ ପହଞ୍ଚିବ । ଏହାପରେ ଭୁବନେଶ୍ବରରୁ 4ଟା 45 ମିନିଟରେ ବାହାରି 5ଟା 50 ମିନିଟରେ ଝାରସୁଗୁଡା ଓ ଝାରସୁଗୁଡାରୁ ସନ୍ଧ୍ୟା 6 ଟା 15 ମିନିଟ ରେ ବାହାରି କୋଲକାତାରେ 7 ଟା 45 ମିନିଟରେ ବିମାନ ପହଞ୍ଚିବ ।

ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣାସୀକୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର କରୁଥିବା ବେଳେ ଏବେ ଏହା ମାତ୍ର ତିନି ଘଣ୍ଟାର ଯାତ୍ରାରେ ପରିଣତ ହେବ । ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହା ଝାରସୁଗୁଡା ବିମାନ ବନ୍ଦରରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସହ ଆଗକୁ ଦେଶର ପ୍ରମୁଖ ସହରକୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ବହୁଦିନର ପ୍ରତୀକ୍ଷା ର ଅନ୍ତ ଘଟିଛି । ଉଡାନ3 ଯୋଜନାରେ ଆସନ୍ତା ଜାନୁୟାରୀ 31 ତାରିଖରୁ ଝାରସୁଗୁଡ଼ାରୁ ଭୟା ଭୁବନେଶ୍ୱର ଦେଇ ବାରଣାସୀ ଓ କୋଲକାତାକୁ ସିଧାସଳଖ ଏହି ବିମାନ ସେବା
ଏଲୟନ୍ସ ଏୟାର ପକ୍ଷରୁ ମିଳିବ। ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ ଉଡାନ୩ ଯୋଜନାରେ ଗତବର୍ଷ ଜୁନ ୬ ତାରିଖରୁ ଏଲୟନ୍ସ ଏୟାର ପକ୍ଷରୁ ଆରମ୍ଭ ହୋଇଥିଲା ଝାରସୁଗୁଡାରୁ ଭୁବନେଶ୍ବର ଓ ରାୟପୁରକୁ ବିମାନ ସେବା । ପୂର୍ବରୁ ନୂଆଦିଲ୍ଲୀ, କୋଲକତା ଓ ହାଇଦ୍ରାବାଦକୁ ଏଠାରୁ ବିମାନ ଚଳଚଳ ଆରମ୍ଭ ହୋଇଥିଲା । ଆଉ ଏବେ ଉଡାନ ଯୋଜନାରେ ଆଉ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସହର ବାରାଣସୀ ଓ କୋଲକାତା ସହ ଯୋଡି ହୋଇଛି ଝାରସୁଗୁଡା ।
ରାଜ୍ୟର ଦ୍ବିତୀୟ ବିମାନ ବନ୍ଦର ଝାରସୁଗୁଡା । ଏହା କାର୍ଯ୍ୟକ୍ଷମ ହେବା ପରେ ସ୍ଥାନୀୟ ଲୋକ ବେଶ ଲାଭବାନ ହେଉଛନ୍ତି । ଝାରସୁଗୁଡାରୁ ନିୟମିତ ବିମାନ ସେବା ମିଳିବା ପରେ ଏବେ ଝାରସୁଗୁଡା ବିମାନ ବନ୍ଦର ଉପରେ ସମଗ୍ର ପଶ୍ଚିମ ଓଡିଶା ନିର୍ଭରଶୀଳ । ପଡୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡର ଯାତ୍ରୀମାନେ ମଧ୍ୟ ଏହାଦ୍ବାରା ସୁଫଳ ପାଇପାରୁଛନ୍ତି । ଅଗାମୀ ୨୭ଜାନୁଆରୀ ରୁ ଝାରସୁଗୁଡା -କୋଲକାତା ସିଧାସଳଖ ବିମାନ ସେବା ଏଲୟନ୍ସ ଏୟାର ଆରମ୍ଭ କରୁଥିବା ବେଳେ ୩୧ ଜାନୁଆରୀ ରୁ ଝାରସୁଗୁଡା -ବାରାଣସୀ ଭୟା ଭୁବନେଶ୍ବର ଆରମ୍ଭ ହେଉଥିବା ସୂଚନା ଦେଇଛନ୍ତି ଝାରସୁଗୁଡା ବିମାନ ବନ୍ଦର ନିର୍ଦେଶକ ସୁଦେଶ କୁମାର ଚୌହାନ । ଏଥିସହିତ ପୂର୍ବ ସମୟ ସାରଣୀ ରେ ମଧ୍ୟ ପରିବର୍ତ୍ତନ ହୋଇଛି । କୋଲକାତା ରୁ ସକାଳ 5 ଟା 50ମିନିଟ ରେ ବାହାରି ଝାରସୁଗୁଡା କୁ 7 ଟା 20 ମିନିଟ ପହଞ୍ଚିବ ।ସେହିପରି ଝାରସୁଗୁଡ଼ା ରୁ 7 ଟା 45 ମିନିଟ ବାହାରି ରାୟପୁର କୁ ସକାଳ 8 ଟା 50 ମିନିଟ ରେ ପହଞ୍ଚବ । ରାୟପୁର ରୁ ସକାଳ 9 ଟା 15 ମିନିଟ ବାହାରି ସକାଳ 10 ତା 20 ମିନିଟ ରେ ପହଞ୍ଚିବ । ସେହିପରି ଝାରସୁଗୁଡା ରୁ 10ଟା 45 ମିନିଟ ରେ ବାହାରି 11 ଟା 50 ମିନିଟ ରେ ପହଞ୍ଚିବ । ବହୁ ପ୍ରତୀକ୍ଷିତ ସେକ୍ଟର ଭୁବନେଶ୍ୱର ରୁ ଦିନ 12 ଟା 15 ମିନିଟ ରେ ବାହାରି ବାରଣାସୀ କୁ ଦିନ 2 ଟା 5 ମିନିଟ ରେ ପହଞ୍ଚିବ । ବାରାଣସୀ ରୁ ଦିନ 2 ଟା 30 ମିନିଟ ବାହାରି ଭୁବନେଶ୍ୱର କୁ 4 ଟା 20 ମିନିଟ ରେ ପହଞ୍ଚିବ । ଭୁବନେଶ୍ୱର ରୁ 4 ଟା 45 ମିନିଟ ରେ ବାହାରି 5 ଟା 50 ମିନିଟ ପହଞ୍ଚିବ ଏବଂ ଝାରସୁଗୁଡା ରୁ ସନ୍ଧ୍ୟା 6 ଟା 15 ମିନିଟ ରେ ବାହାରି କୋଲକାତା କୁ 7 ଟା 45 ମିନିଟ ପହଞ୍ଚିବ । ପଶ୍ଚିମ ଓଡ଼ିଶାର ଜନ ସାଧାରଣ ପୂର୍ବରୁ ବାରାଣସୀ କୁ ଯିବା ପାଇଁ ନୂଆଦିଲ୍ଲୀ ଉପରେ ନିର୍ଭର ଥିବା ବେଳେ ମାତ୍ର ତିନି ଘଣ୍ଟା ମଧ୍ୟରେ ପହଞ୍ଚି ପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।ଝାରସୁଗୁଡା ବିମାନ ବନ୍ଦର ରେ ଯାତ୍ରୀଙ୍କ ଅଭିବୃଦ୍ଧି ଆଗକୁ ଦେଶର ପ୍ରମୁଖ ସହର କୁ ବିମାନ ସେବା ପାଇଁ ସୁଯୋଗ ସୃଷ୍ଟି କରିଛି।Body:..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.