ଝାରସୁଗୁଡା: ରବିବାର ଠାରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କରିବ । ଏକ ଘରୋଇ ସଂସ୍ଥା ସ୍ପାଇସ ଜେଟ ଏହି ସେବା ଆରମ୍ଭ କରିବ। ଉଡାଣ-3ରେ ଝାରସୁଗୁଡାର ଦେଶର 3ଟି ପ୍ରମୁଖ ସ୍ଥାନକୁ ବିମାନ ଯାତ୍ରା ଆରମ୍ଭ କରିବ।
ରବିବାର ଠାରୁ ନିୟମିତ ଭାବେ ସ୍ପାଇସ ଜେଟ୍ ଝାରସୁଗୁଡାରୁ ନୂଆଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦ ରୁଟ ପାଇଁ ଅନୁମତି ପାଇଛି ସ୍ପାଇସ ଜେଟ । ଏନେଇ ଫେବୃଆରୀ 27 ତାରିଖରୁ ଅନ ଲାଇନ ମାଧ୍ୟମରେ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ଝାରସୁଗୁଡା ଜିଲ୍ଲାରେ ବହୁ ଶିଳ୍ପାୟନ ଗଢି ଉଠିଥିବା ବେଳେ ବିମାନ ସେବାକୁ ସ୍ବାଗତ କରିଛନ୍ତି ଶିଳ୍ପ ଜଗତ। ଏଥିସହ ଝାରସୁଗୁଡାକୁ ଲାଗିରହିଥିବା ପଡୋଶୀ ରାଜ୍ୟ ଛତିଶଗଡ ଓ ଝାଡଖଣ୍ଡ ସମେତ ପଶ୍ଚିମ ଓଡିଶାର 11 ଟି ଜିଲ୍ଲାର ଲୋକଙ୍କ ତ୍ବରିତ ଗମନାଗମନ ପାଇଁ ଝାରସୁଗୁଡା ବିମାନ ବନ୍ଦର ସୁଯୋଗ ସୃଷ୍ଟି କରିବ।
ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନ ବନ୍ଦର ଉଦଘାଟନ କରିଥିଲେ। ଏହା ପରେ କେବଳ ଗୋଟିଏ ଦିନ ପରେ ବିମାନ ସେବା ପରେ ବନ୍ଦ ହୋଇଯାଇଥିଲା। ତେବେ ପୁଣି ଥରେ ଜିଲ୍ଲାରେ ବିମାନ ସେବା ଆରମ୍ଭ ନେଇ ବିମାନ ସେବା ସମଗ୍ର ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ଖୁସି ଭରି ଦେଇଛି।
ସେପଟେ, ନିର୍ବାଚନର ଠିକ ପୂର୍ବରୁ ଝାରସୁଗୁଡା ବିମାନବନ୍ଦରରୁ ଉଡାଣ 3 ଯୋଜନାର ଶୁଭାରମ୍ଭ ପଶ୍ଚିମ ଓଡ଼ିଶାରେ ନିଶ୍ଚୟ ପ୍ରଭାବ ପକାଇବ ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ