ମାଲକାନଗିରି : ବିଷାକ୍ତ ଛତୁ ଖାଇ ତିନି ଅସୁସ୍ଥ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ଗ୍ରାମରେ । ଏହି ଗାଁରେ ରହୁଥିବା ଗୋଟିଏ ପରିବାରର ୩ଜଣ ସଦସ୍ୟ ଆଜି ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଛତୁ ଖାଇଥିଲେ ।
ତେବେ ଖାଇବାର କିଛି ସମୟ ପରେ ସମସ୍ତଙ୍କ ପେଟ କାଟିବା ସହ ଝାଡ଼ାବାନ୍ତି ହୋଇଥିଲା । ତେବେ ଗୁରୁତର ଅବସ୍ଥାରେ ପ୍ରଥମେ ପାଣ୍ଡ୍ରିପାଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ତେବେ ବର୍ତ୍ତମାନ ଗୁରୁତର ମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା କହିଛନ୍ତି ଡାକ୍ତର ।
ଇଟିଭି ଭାରତ, ମାଲକାନଗିରି