ETV Bharat / state

ଉଠିଥାନ୍ତା ପାଲିଙ୍କି, ଉଠିଲା କୋକେଇ: ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ

ପଡିଥାନ୍ତା ହାତଗଣ୍ଠି, କୋଭିଡରେ ଆଖି ବୁଜିଲେ ଯୁବ ଶିକ୍ଷକ । ଅଧିକ ପଢନ୍ତୁ....

author img

By

Published : May 9, 2021, 8:43 PM IST

ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ
ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ

ଝାରସୁଗୁଡା: ବିବାହ ଉତ୍ସବ ପାଇଁ ପରିବାର ଓ ବନ୍ଧୁବାନ୍ଧବଙ୍କ ଉତ୍ସାହ ଭରି ରହିଥିଲା । ତେବେ, ନିୟତିର ନିର୍ଦ୍ଦେଶ ଥିଲା ଭିନ୍ନ । ଯେଉଁଦିନ ଗାଁରୁ ବର ବେଶରେ ବାହାରିଥାନ୍ତେ ସେହିଦିନ ହିଁ ଯୁବ ଶିକ୍ଷକ ନେପାଳ ପ୍ରଧାନଙ୍କ ବିୟୋଗ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାରେ । ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଳକ ୧୯ ଖଣ୍ଡ ମୌଜା ଜଣ୍ଢେଇକେଲା ଗ୍ରାମର ଯୁବ ଶିକ୍ଷକ ନେପାଳ ପ୍ରଧାନ ନିଜ ବାହାଘର ଦିନ ଆଖି ବୁଜିଛନ୍ତି ।

ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ
ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ

ନେପାଳଙ୍କ ବାହାଘର ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଛତାଦେଇ ଗ୍ରାମରେ ସ୍ଥିର ହୋଇଥିଲା । ବାହାଘର ଲଗ୍ନ ଶନିବାର ରହିଥିଲା । ସେ ବରବେଶରେ ସଜ୍ଜିତ ହୋଇ କନ୍ୟାଘରକୁ ଯାଇଥାନ୍ତେ। ହେଲେ ବିଧିର କିଛି ଭିନ୍ନ ଥିଲା । କନ୍ୟାଘରକୁ ବରବେଶରେ ଯିବା ପରିବର୍ତ୍ତେ ତାଙ୍କ ମୃତ ଶରୀର ସବାରୀରେ ଶ୍ମଶାନକୁ ଗଲା । 3 ରୁ 4 ଦିନ ପୂର୍ବରୁ ନେପାଳ ଅସୁସ୍ଥ ଅନୁଭବ କରୁଥିଲେ । ନେପାଳଙ୍କ କୋଭିତ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଲା । ହେଲେ ଶୁକ୍ରବାର ସଂଧ୍ୟାରେ ସେ ଘରେ ଥିବାବେଳେ ହଠାତ୍ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା ।

ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ
ବିବାହ ଦିନ ଆଖି ବୁଜିଲେ ଯୁବ ଶିକ୍ଷକ

ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ ଓ ପରେ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ତାଙ୍କୁ ଆଇସିୟୁରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ଯୋଗୁଁ ହଠାତ୍ ନେପାଳଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ପରିବାର ଲୋକେ କହିଛନ୍ତି । ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ନେପାଳ ୬ ଜଣ ଭାଇ ଭଉଣୀ ମଧ୍ୟରେ ଛୋଟ ଥିଲେ । ଘରର ଏକମାତ୍ର ରୋଜଗାରିଆ ସଦସ୍ୟ । ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଞ୍ଚଳରେ ଖୁବ୍ ଜଣାଶୁଣା ଥିଲେ ନେପାଳ ।

ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ସୀମାନ୍ତରେ ଡ୍ୟୁଟି କରୁଥଲେ ନେପାଳ । ତାଙ୍କର ଆଣ୍ଟିଜେନ ଟେଷ୍ଟରେ ନେଗେଟିଭ ଆସିବା ସତ୍ତ୍ବେ ମଧ୍ୟ ସେ କିପରି ହଠାତ ଗୁରୁତର ହୋଇ ପଡିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ନେପାଳଙ୍କ ଆକସ୍ମିକ ମୃତ୍ୟୁକୁ ଗ୍ରାମବାସୀ ତଥା ସ୍ଥାନୀୟ ବାସିନ୍ଦା ମଧ୍ୟ ହଠାତ ଗ୍ରହଣ କରିପାରୁନାହାନ୍ତି । ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.