ETV Bharat / state

କେନ୍ଦ୍ର ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ କଲା ବିଜେପି

ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ନବୀନ ସରକାର ବାଟମାରଣା କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଝାରସୁଗୁଡ଼ା ବିଜେପି । ଅଧିକ ପଢ଼ନ୍ତୁ

କେନ୍ଦ୍ର ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ କଲା ବିଜେପି
କେନ୍ଦ୍ର ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ କଲା ବିଜେପି
author img

By

Published : Jun 2, 2022, 9:55 PM IST

Updated : Jun 2, 2022, 10:33 PM IST

ଝାରସୁଗୁଡ଼ା: ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ନବୀନ ସରକାର ବାଟମାରଣା କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଝାରସୁଗୁଡ଼ା ବିଜେପି । ଜାଣିଶୁଣି ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ସଠିକ ଢଙ୍ଗରେ ଲାଗୁ କରୁନଥିବା ଅଭିଯୋଗ ହୋଇଛି ।

କେନ୍ଦ୍ର ଯୋଜନାକୁ ବାଟମାରଣା କରୁଛନ୍ତି ରାଜ୍ୟ ସରକାର, ଅଭିଯୋଗ କଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ବୀମା ଭଳି ଅନେକ ଯୋଜନାକୁ ରାଜ୍ୟ ସରକାର ହିତାଧିକାରୀଙ୍କଠାରୁ ଦୂରେଇ ରଖିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ରକୁ ଗତ ୮ ବର୍ଷ ହେଲା ମୋଦି ସରକାର ଆସିବା ପରେ ଦେଶ ଓ ରାଜ୍ୟରେ ବିକାଶ ହୋଇଛି । ଏହି କ୍ରମରେ ରାଜ୍ୟର ମଧ୍ୟ ବିକାଶ ହୋଇଛି । କେନ୍ଦ୍ର ସରକାରଙ୍କ ଉଦ୍ୟମ ଯୋଗୁଁ ଝାରସୁଗୁଡ଼ାରେ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇ ପାରିଛି । ମନରେଗା ଯୋଜନାରେ ଚଳିତ ବର୍ଷ ୨୫ ଲକ୍ଷ ଶ୍ରମ ଦିବସର ଟାର୍ଗେଟ ଦିଆଯାଇଛି । ସୌଭାଗ୍ୟ ଯୋଜନାରେ ୨୪୧୨୨ ହିତାଧିକାରୀଙ୍କ ପାଖକୁ ବିଜୁଳି ପହଞ୍ଚି ପାରୁଛି ।

କେନ୍ଦ୍ରର ସମସ୍ତ ଯୋଜନାକୁ ରାଜ୍ୟ ସରକାର ବାଟମାରଣା କରୁଥିବା ଅଭିଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ଥ ଆଣି ଦଳ ପାଇଁ ଖର୍ଚ୍ଚ କରାଯାଉଥିବା ନେଇ ବିଜେପି ସାଂଘାତି ଅଭିଯୋଗ ହୋଇଛି । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ବରେ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।

Last Updated : Jun 2, 2022, 10:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.