ETV Bharat / state

ନୂଆଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲ, ଯାତ୍ରୀ ଅସନ୍ତୋଷ

SpiceJet flight cancelled: ନୂଆଦିଲ୍ଲୀରୁ ଝାରସୁଗୁଡା ଆସୁଥିବା ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଅସନ୍ତୋଷ ଯାତ୍ରୀ । ଦୁଇ ଦୁଇ ଥର ସମୟ ପରବର୍ତ୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରିଥିଲା ସ୍ପାଇସଜେଟ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 24, 2023, 11:33 AM IST

SpiceJet flight cancelled
SpiceJet flight cancelled
SpiceJet flight cancelled

ଝାରସୁଗୁଡ଼ା: ଝାରସୁଗୁଡ଼ା ଯାତ୍ରୀମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ସ୍ପାଇସଜେଟ ବିମାନ ସେବା । ବିଗତ କିଛି ଦିନ ଧରି ସ୍ପାଇସଜେଟ ବିମାନ ତା'ର ସଠିକ ସମୟରେ ବିମାନ ଚଳାଚଳ କରିବାରେ ବିଫଳ ରହିଛି । ଯାହାଫଳରେ ଯାତ୍ରୀମାନେ ହଇରାଣ ହରକତ ହେବା ସହିତ ପ୍ରଭାବିତ ହେଉଛି ବିମାନ ସେବା । ଯାତ୍ରୀମାନେ ସ୍ପାଇସଜେଟ ବିମାନ ସେବାରେ ଅସନ୍ତୁଷ୍ଟ ହେଉଥିବା ନଜର ଆସିଛି । ସେହିଭଳି ଗତକାଲି ନୂଆଦିଲ୍ଲୀରୁ ଝାରୁସୁଗୁଡା ଆସୁଥିବା ଏକ ସ୍ପାଇସଜେଟ୍ ବିମାନ ବାତିଲକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ଦୁଇ ଥର ସମୟ ପରବର୍ତ୍ତନ କରିବା ପରେ ଶେଷରେ ଉଡାଣକୁ ବାତିଲ କରିଦେଇଥିଲା ସ୍ପାଇସଜେଟ । ଏହି ଖବର ପାଇବା ପରେ ଝାରୁସୁଗୁଡା ଆସିବା ପାଇଁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ଯାତ୍ରୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ।

ସୂଚନା ମୁତାବକ, ଗତକାଲି ଦିନ ୧୨ଟାରେ ଉକ୍ତ ସ୍ପାଇସଜେଟ ବିମାନ ଦିଲ୍ଲୀରୁ ଯାତ୍ରୀଙ୍କୁ ନେଇ ଝାରସୁଗୁଡାକୁ ଉଡାଣ ଭରିବାର ଥିଲା । ହେଲେ ବିମାନ ଉଡାଣ ଭରିନଥିଲା । ଏହାର କିଛି ସମୟ ପରେ ଯାତ୍ରୀଙ୍କୁ କୁହାଯାଇଥିଲା ରାତି ୮ଟାରେ ବିମାନ ଝାରସୁଗୁଡା ଯାତ୍ରା କରିବ । ହେଲେ ଶେଷରେ ବିମାନକୁ ବାତିଲ କରାଗଲା ବୋଲି ସ୍ପାଇସଜେଟ କର୍ତୃପକ୍ଷ ସୂଚନା ଦେଇଥିଲେ । ଅନ୍ୟପଟେ ଯାତ୍ରା ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନଙ୍କ ପାଇଁ କୌଣସି ବିକଳ୍ପ ସୁବିଧା କରାଯାଇନଥିବା ଅଭିଯୋଗ ହୋଇଛି । ବାତିଲ୍ ହୋଇଥିବା ସେହି ଫ୍ଲାଇଟରେ ବରଗଡ଼ ସାଂସଦ, ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲଙ୍କ ଭଳି ବ୍ୟକ୍ତିବିଶେଷ ଆସିବାର ଥିଲେ । ବିମାନ ବାତିଲ ହେବା ଯୋଗୁଁ ତାଙ୍କର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଡିସେମ୍ବର ୨୬ରୁ ରାଉରକେଲାରୁ କଲିକତାକୁ ଉଡିବ ସିଧାସଳଖ ବିମାନ

ତେବେ ସ୍ପାଇସଜେଟ ଯେଉଁଭଳି ଭାବେ ବିମାନ ଚଳାଚଳକୁ ନେଇ ଅନିୟମିତତା କରୁଛି ତାହାକୁ ନେଇ ତା'ର ୫୦ ପ୍ରତିଶତ ବିମାନକୁ କେନ୍ଦ୍ର ସରକାର ବାତିଲ କରି ଅନ୍ୟ ଏୟାରଲାଇନ୍ସକୁ ସୁଯୋଗ ଦେଉଛନ୍ତି । ଏହି ସମସ୍ୟାକୁ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟରେ ଅଭିଯୋଗ କରିଛନ୍ତି ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଗଣମାଧ୍ୟମ ସମ୍ମୁଖରେ ସିଧାସଳଖ କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯଦି ଇଣ୍ଡିଗୋ ଏୟାରଲାଇନ୍ସ ତାର ସଠିକ ଭାବରେ ବିମାନ ସେବା ପ୍ରଦାନ କରିଆସୁଛି ତାହେଲେ ସ୍ପାଇସଜେଟ ଏୟାରଲାଇନ୍ସ ବିମାନ ସେବା ଯୋଗାଇ ଦେବାରେ କେମିତି ବିଫଳ ହେଉଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.