ଝାରସୁଗୁଡା: ପୋଲିସ ହାତରେ ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ସୋନୁ ଘୋଷ । କୋଲକତାରୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁକୁ ଗିରଫ କରାଯାଇଛି । ରିମାଣ୍ଡରେ ନେବାପାଇଁ ସିଆଲଦା କୋର୍ଟରେ ଆବେଦନ କରିଛି ପୋଲିସ ।
ଗତମାସରେ ବ୍ରଜରାଜନଗରରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଅଭିଯୁକ୍ତ ସୋନୁ । ତାକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ କରିଥିଲା ପୋଲିସ । ତେବେ ଅଭିଯୁକ୍ତ ନାଁରେ ବହୁ ପୂର୍ବରୁ ମଧ୍ୟ ବହୁ ମାମଲା ରହିଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ