ଝାରସୁଗୁଡ଼ା: 30 ରୁ 5 ତାରିଖ ଯାଏଁ ଝାରସୁଗୁଡା ସହର ସଟଡାଉନ ହେବନାହିଁ । ପୂର୍ବରୁ ଜାରି କରାଯାଇଥିବା ଆଦେଶକୁ ପ୍ରତ୍ୟାହାର କଲେ ଜିଲ୍ଲାପାଳ ସରୋଜ କୁମାର ସାମଲ । ଗତ ସାତଦିନରେ ସହରାଞ୍ଚଳରେ ୧୮୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।
ଏହି ସମୟରେ ସମସ୍ତ ଜରୁରୀ ସେବା ଚାଲୁ ରହିବ। ଔଷଧ ଦୋକାନ, ପରିବା ଦୋକାନ, କ୍ଷୀର, ମାଛ ମାଂସ ଦୋକାନ ସକାଳ ୬ ଟାରୁ ୧୧ ଟା ଯାଏଁ ଖୋଲା ରହିବ। ନିର୍ଦ୍ଦେଶ ଥିବାବେଳେ ଆଜି (ରବିବାର) ୩୦ ତାରିଖରୁ ୫ ଯାଏଁ ସହର ସଟଡାଉନ ହେବନାହିଁ ବୋଲି ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ