ETV Bharat / state

ଝାରସୁଗୁଡାକୁ ସ୍ବତନ୍ତ୍ର ଡିଭିଜନ ଦାବି, ରେଳବିଭାଗ କର୍ଣ୍ଣପାତ ନକଲେ ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା ରେଳ ବିଭାଗକୁ ସ୍ବତନ୍ତ୍ର ଡିଭିଜନ କରିବାକୁ ଦାବି । ଦାବି ପୂରଣ ନଦେଲେ ଆନ୍ଦୋଳନ ଚେତାବନୀ ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା ରେଳ ବିଭାଗକୁ ସ୍ବତନ୍ତ୍ର ଡିଭିଜନ କରିବାକୁ ଦାବି

author img

By

Published : Jul 19, 2023, 9:32 AM IST

ଝାରସୁଗୁଡ଼ା ରେଳ ବିଭାଗକୁ ସ୍ବତନ୍ତ୍ର ଡିଭିଜନ କରିବାକୁ ଦାବି

ଝାରସୁଗୁଡ଼ା: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ରେଳବିଭାଗ । ଦେଶର ଅର୍ଥନୈତିକ କ୍ଷେତ୍ରରେ ରେଳ ବିଭାଗ ମେରୁଦଣ୍ଡ ଅଟେ । ସରକାରୀ ବେସରକାରୀ ସ୍ତରରୁ ବହୁଳ ଭାବରେ ରାଜସ୍ବ ଆଦାୟ କରିଥାଏ ରେଳବିଭାଗ । ରେଳର ଉନ୍ନତି ଦିଗରେ କେନ୍ଦ୍ର ସରକାର କେତେକ ସମୟରେ ରେଳ ଷ୍ଟେସନର ନବୀକରଣ କରୁଛନ୍ତି ତ ଆଉ କେତେ ବେଳେ ନୂଆ ଟ୍ରେନ ଚଳାଉଛନ୍ତି । ହେଲେ ଭୁଲି ଯାଇଛନ୍ତି, ତିନି ତିନିଟି ରେଳ ଡିଭିଜନ ଭିତରେ ଛନ୍ଦି ହୋଇ ରହିଛି ଝାରସୁଗୁଡ଼ା ।

ଏହା ବି ପଢ଼ନ୍ତୁ: ଅଟ୍ରିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ହେଲା ପୂରଣ, ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ମିଳିଲା ଅନୁମତି

ଚକ୍ରଧରପୁର ରେଳ ଡିଭିଜନ, ସମ୍ବଲପୁର ରେଳ ଡିଭିଜନ ଏବଂ ବିଳାସପୁର ରେଳ ଡିଭିଜନ ମଧ୍ୟରେ ବାଣ୍ଟିହୋଇ ରହିଯାଇଛି ଝାରସୁଗୁଡ଼ା ରେଳ ଷ୍ଟେସନ । ରାଜସ୍ବ ପ୍ରଦାନ ଦୃଷ୍ଟିରୁ ଦେଖାଯାଏ ବିଗତ ୯ ବର୍ଷରେ ଓଡ଼ିଶା ୨ ଲକ୍ଷ କୋଟି ରାଜସ୍ବ ପ୍ରଦାନ କରିଛି କେନ୍ଦ୍ର ସରକାରଙ୍କ ରେଳ ବିଭାଗକୁ । ପ୍ରତିବର୍ଷ ୧୫ ରୁ ୨୦ ହଜାର କୋଟି ଟଙ୍କାର ରାଜସ୍ବ ଯାଉଛି କେନ୍ଦ୍ର ସରକାରଙ୍କୁ । ଏନେଇ ପୂର୍ବରୁ ଓଡ଼ିଶା ସରକାରଙ୍କ ମୁଖପାତ୍ର ଅନେକ ସମୟରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ନଜରକୁ ଆସିଛି । ଓଡ଼ିଶା ଯେତିକି ରାଜସ୍ବ ପ୍ରଦାନ କରୁଛି ସେତିକି ବିକାଶ ହୋଇ ପାରୁନାହିଁ । ତେବେ ଝାରସୁଗୁଡ଼ା ରେଳ ବିଭାଗ ପକ୍ଷରୁ ରାଜସ୍ବ ଯାଉଥିବା ବେଳେ ବିକାଶ ହେଉନାହିଁ ।

ଅଧିକ ପଢ଼ନ୍ତୁ: Balasore Train Tragedy: ରେଳବାଇର ଆକ୍ସନ, 7 କର୍ମଚାରୀ ନିଲମ୍ବିତ

ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଅଟେ । ରେଳ ବିଭାଗର ଏହା ଏକ କେନ୍ଦ୍ର ଭୂମି ଅଟେ । ଏଠାରୁ ଦେଶର ଚାରି ଦିଗକୁ ଗମନାଗମନ କରିବା ପାଇଁ ରେଳର ସୁବିଧା ସୁଯୋଗ ରହିଛି । ଅନେକ କଳ କାରଖାନା ରହିଛି ଏହି ଜିଲ୍ଲାରେ । ସିଏ ବେଦାନ୍ତ ହେଉ କି ଏମସିଏଲ ହେଉ । ସମସ୍ତ ଅଳ କାରଖାନା ନିଜର କଞ୍ଚମାଳ ରପ୍ତାନୀ ପାଇଁ ରେଳବିଭାଗର ସାହାରା ନିଅନ୍ତି । ଯଦ୍ବାରା ରାଜସ୍ବ ମଧ୍ୟ ବେଶ ବୃଦ୍ଧି ପାଉଛି । ହେଲେ ଝାରସୁଗୁଡ଼ା ରେଳ ବିଭାଗର ଉନ୍ନତି ହୋଇ ପାରୁନାହିଁ । ଝାରସୁଗୁଡ଼ା ରେଳ ଷ୍ଟେସନକୁ ଯଦି ସ୍ବତନ୍ତ୍ର ଡିଭିଜନ କରାଯାଏ ତାର ବିକାଶ ହୋଇପାରନ୍ତା । ତେଣୁ ଝାରସୁଗୁଡ଼ା ରେଳ ଷ୍ଟେସନକୁ ଏକ ସ୍ବତନ୍ତ୍ର ଡିଭିଜନ କରାଯାଉ ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.